fbpx

ପୁଣି ଏକ ବଡ଼ ଡିଲ୍ କଲେ ମୁକେଶ ଅମ୍ବାନୀ: ଏଣିକି Reliance ଷ୍ଟୋରରେ ମିଳିବ ‘GAP’ ପ୍ରଡକ୍ଟସ୍

ନୂଆଦିଲ୍ଲୀ: ରିଲାଏନ୍ସ ଇଷ୍ଟଷ୍ଟ୍ରିଜ୍ ଲିମିଟେଡ (ରିଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଏକ ବଡ଼ ଡିଲ୍ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଫ୍ୟାଶନ ବ୍ରାଣ୍ଡ ଗ୍ୟାପ୍ ଇଙ୍କ ସହ ମୁକେଶ ବୁଝାମଣା କରିଛନ୍ତି । ମୁକେଶଙ୍କ ଏହି ପଦକ୍ଷେପ ଫଳରେ ଏଣିକି ଭାରତର ରିଲାଏନ୍ସ ରିଟେଲ ଷ୍ଟୋରମାନଙ୍କରେ ଗ୍ୟାପ୍ ସାମଗ୍ରୀ ଉପଲବ୍ଧ ହେବ । ଏଥିସହିତ ରିଲାଏନ୍ସ ରିଟେଲ ଦେଶରେ ଗ୍ୟାପ୍ ବ୍ରାଣ୍ଡର ଅଫିସିଆଲ ରିଟେଲ ପାର୍ଟନର ହୋଇ ଯାଇଛି ।

ରିଲାଏନ୍ସ ନିଜର ଏକ୍ସକ୍ଲୁସିଭ ବ୍ରାଣ୍ଡ ଷ୍ଟୋର, ମଲ୍ଟି-ବ୍ରାଣ୍ଡ ଷ୍ଟୋରର୍ସ ଓ ଡିଜିଟାଲ କମର୍ସ ପ୍ଲାଟଫର୍ମ ଜରିଆରେ ଭାରତୀୟ ଉପଭୋକ୍ତଙ୍କୁ ଗ୍ୟାପ ବ୍ରାଣ୍ଡର ସମସ୍ତ ଫ୍ୟାଶନ ଆଇଟମ୍ ବିକ୍ରି କରିବ । ଏହି ଡିଲ୍ ଫଳରେ ସ୍ଥାନୀୟ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ପ୍ରଡକ୍ଟସ୍ କିଣିବା ପାଇଁ ପ୍ରୋତ୍ସାହନ ମିଳିବ ।
ତେବେ ଏନେଇ ରିଲ ସିଇଓ କହିଛନ୍ତି, ରିଲାଏନ୍ସ ରିଟେଲରେ ଆମେ ନିଜର ଗ୍ରାହକଙ୍କୁ ଲାଟେଷ୍ଟ ଆଣ୍ଡ ବେଷ୍ଟ ପ୍ରଡକ୍ଟସ୍ ଉପଲବ୍ଧ କରାଇବୁ । ନିଜର ଫ୍ୟାଶନ ଆଣ୍ଡ ଲାଇଫଷ୍ଟାଇଲ ପୋର୍ଟଫୋଲିଓରେ ପ୍ରତିଷ୍ଠିତ ଆମେରିକା ବ୍ରାଣ୍ଡ ଗ୍ୟାପକୁ ଯୋଡ଼ିବା ନିହାତି ପକ୍ଷେ ଖୁସିର କଥା । ରିଲାଏନ୍ସ ଓ ଗ୍ୟାପ୍ ପରସ୍ପର ସହ ମିଶି ଗ୍ରାହକଙ୍କୁ ଶାନଦାର ଫ୍ୟାଶନ ପ୍ରଡକ୍ଟସ୍ ଦେବାକୁ ପ୍ରୟାସ କରିବେ ।

ସୂଚନାଯୋଗ୍ୟ ଯେ, ଆମେରିକା ଗ୍ୟାପ୍ ଇଙ୍କ ଷ୍ଟାଇଲ ବ୍ରାଣ୍ଡ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ସ୍ପେଶାଲ ପ୍ରଡକ୍ଟସ ପ୍ରସ୍ତୁତ କରିଥାଏ । ଗତ ୧୯୬୯ ମସିହାରେ ଏହି କମ୍ପାନୀର ସ୍ଥାପନା ସାନ ଫ୍ରାନ୍ସିସ୍କୋରେ ହୋଇଥିଲା । ଡେନିମ ଆଧାରିତ ଫ୍ୟାସନ ପାଇଁ ଗ୍ୟାପ୍ ସାରା ଦୁନିଆରେ ଖ୍ୟାତି ଲାଭ କରିଛି ।

Get real time updates directly on you device, subscribe now.