fbpx

ଚୁଟକିରେ ହେବ ତତ୍କାଳ ଟ୍ରେନ୍ ଟିକେଟ୍, ଏମିତି କରିପାରିବେ ବୁକିଂ

ଅନେକ ସମୟରେ ଯାତ୍ରାର ଠିକ୍ ପୂର୍ବରୁ ଟ୍ରେନ୍ ଟିକେଟ୍ କରିବାକୁ ପଡ଼ିଥାଏ, ଆଉ ଯଦି ଟିକେଟ ଉପଲବ୍ଧ ନଥାଏ ତେବେ କନଫର୍ମ ଟିକେଟ୍ ପାଇଁ ତତ୍କାଳ ସବୁଠୁ ଭଲ ବିକଳ୍ପ । ଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିକେଟ ବୁକ୍ କରାଯାଇଥାଏ । ଯଦି ଆପଣ ଯାତ୍ରା ପାଇଁ ଅନଲାଇନରେ ତତ୍କାଳ ଟିକେଟ୍ ବୁକ୍ କରୁଛନ୍ତି ତାହାଲେ କିଛି କଥାକୁ ଯଦି ଆପଣ ଧ୍ୟାନ ରଖିବେ ତେବେ ଆପଣଙ୍କ ଟିକେଟ୍ ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ମିଳିଯିବ ।

ଶୀଘ୍ର ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ କରନ୍ତୁ ଏମିତି:

–              ଆଇଆରସିଟିସିରେ ତତ୍କାଳ ବୁକିଂ କରିବା ପାଇଁ ଆପଣଙ୍କ ପାଖରେ ଆଇଆରସିଟିସିର ଆକାଉଣ୍ଟ ଥିବା ଦରକାର । ଯଦି ଆପଣଙ୍କ ପାଖରେ ଆକାଉଣ୍ଟ ନାହିଁ ତେବେ ଆପଣ ୱେବସାଇଟ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ଆକାଉଣ୍ଟ ବନାଇପାରିବେ ।

–              ଆକାଉଣ୍ଟ କରିବା ପରେ ଆପଣ ମାଇଁ ପ୍ରୋଫାଇଲ ସେକ୍ସନରେ ମାଷ୍ଟର ଲିଷ୍ଟ ଅପ୍ସନକୁ ଯାଇ ଯାତ୍ରୀଙ୍କ ନାମ, ବୟସ, ଲିଙ୍କ, ଜନ୍ମ ତାରିଖ, ଆଇଡି କାର୍ଡ ନମ୍ବର ଭଳି ଡିଟେଲ୍ ଆଗୁଆ ସେଭ୍ କରିପାରିବେ, ଏହାଦ୍ୱାରା ଟିକେଟ୍ ବୁକ୍ କରିବାର ସହଜ ହୋଇଥାଏ ଏବଂ ଭବିଷ୍ୟତରେ ଟିକେଟ୍ ବୁକ୍ କଲାବେଳେ ବାରମ୍ବାର ସମାନ ଯାତ୍ରୀଙ୍କ ତଥ୍ୟ ଦେବାକୁ ପଡ଼ିନଥାଏ । ମାଷ୍ଟରେ ଲିଷ୍ଟରେ ଆପଣ ଲିଷ୍ଟରେ ଅଧିକାଂଶ ୨୦ ଯାତ୍ରୀଙ୍କୁ ଯୋଡ଼ିପାରିବେ ।

–              ଏହାପରେ ଆପଣ ମାଇଁ ପ୍ରୋଫାଇଲର ଡ୍ରପ୍-ଡାଉନ୍ ଲିଷ୍ଟରେ ଏକ ଟ୍ରାଭେଲ ଲିଷ୍ଟ ବନାନ୍ତୁ ଏବଂ ମେନ୍ ଲିଷ୍ଟରୁ ଯାତ୍ରୀଙ୍କ ନାମ ବାଛନ୍ତୁ । ଏବେ ତକ୍ରାଳ ଟିକେଟ ବୁକିଂ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ।

ତତ୍କାଳ ଟିକେଟ୍ ବୁକିଂ କିପରି କରିପାରିବେ:

୧.         କ୍ଲାସ ୩ ଏସି କିମ୍ବା ଏହା ଉପରର କ୍ଲାସ ପାଇଁ ଟିକେଟ୍ ବୁକ୍ କରିବା ପାଇଁ ଆଇଆରସିଟିସିର ୱେବସାଇଟ୍ କିମ୍ବା ଆପରେ ସକାଳ ୯:୫୭ ପୂର୍ବରୁ ଏବଂ ସ୍ଲିପର କ୍ଲାସ ପାଇଁ ୧୦:୫୭ ପୂର୍ବରୁ ଲଗ୍ ଇନ୍ କରନ୍ତୁ ।

୨.         ଏହାପରେ ମାଇଁ ଟ୍ରିପ୍ ଟ୍ୟାବରେ ଷ୍ଟେସନର ନାମ ଏବଂ ନିଜ ଯାତ୍ରା ତାରିଖ ବାଛନ୍ତୁ ଏବଂ ସେଣ୍ଡ୍ କରନ୍ତୁ ।

୩.         ଏହାପରେ ଟ୍ରେନ୍ ଲିଷ୍ଟ ଆସିଯିବ, ସେଥିରେ ଆପଣ ଯିବାକୁ ଚାହୁଥିବା ଟ୍ରେନ୍ ବାଛିନିଅନ୍ତୁ । କୋଟା ମଧ୍ୟ ବାଛନ୍ତୁ-ଜେନେରାଲ, ପ୍ରିମିୟମ କ୍ଲାସ, ମହିଳା, ଏବଂ ତକ୍ରାଳ ।

୪.         ଏହାପରେ ସେହି କୋଚର ଚୟନ କରନ୍ତୁ ଯେଉଁଥିରେ ଆପଣ ଟିକେଟ୍ ବୁକ୍ କରିବାକୁ ଚାହୁଛନ୍ତି ଏବଂ ପାସେଞ୍ଜର ଡିଟେଲ ମଧ୍ୟ ଦିଅନ୍ତୁ । ଏଠାରେ ଆପଣ ପୂର୍ବରୁ କରିଥିବା ମାଷ୍ଟର ଲିଷ୍ଟ ଯୋଗୁଁ ଯାତ୍ରୀଙ୍କ ଲିଷ୍ଟ ମଧ୍ୟ ସହଜରେ ଦେଇପାରିବେ ।

୫.         ଯଦି ଆପଣ ୧-୨ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରୁଛନ୍ତି, ତେବେ ମାଷ୍ଟର ଲିଷ୍ଟ ଦ୍ୱାରା ଯାତ୍ରୀ ଡିଟେଲ ଚୟନ କରନ୍ତୁ, କିନ୍ତୁ ଯଦି ଯାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି ତେବେ ଟ୍ରାଭେଲ ଲିଷ୍ଟରୁ ପାସେଞ୍ଜର ଡିଟେଲ ଚୟନ କରନ୍ତି ।

୬.         ଚୟନରେ ପରେ ପେମେଣ୍ଟ ସହ ଆଗକୁ ବଢ଼ୁନ୍ତି । ସବୁ ପ୍ରୋସେସ୍ ପୂରା ହେବା ପରେ ମାଇଁ ବୁକିଂ ଟ୍ୟାବରେ ବୁକ୍ କରାଯାଇଥିବା ଟିକେଟ ପାଇପାରିବେ ।

Get real time updates directly on you device, subscribe now.