fbpx

ପିଟି ଉଷାଙ୍କ ସହ ଆଉ ଏହି ୩ ମହାନ୍ ବ୍ୟକ୍ତିତ୍ୱ ମଧ୍ୟ ହୋଇଛନ୍ତି ରାଜସଭା ପାଇଁ ମନୋନୀତ

ନୂଆଦିଲ୍ଲୀ: ଭାରତର ଦୌଡ଼ରାଣୀ ପିଟି ଉଷାଙ୍କ ସହ ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ବୁଧବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଦୌଡ଼ରାଣୀ ପିଟି ଉଷାଙ୍କ ସହ ବର୍ଷିଆନ୍ ସଂଙ୍ଗୀତଜ୍ଞ ଇଲେୟାରାଜା, ଶ୍ରୀ ବିରେନ୍ଦ୍ର ହେଗଡେ, ଭି. ବିଜୟେନ୍ଦ୍ରଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷିଆନ୍ ଇଲେୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ ହେବାକୁ ନେଇ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସେ ପିଢ଼ୀ ପରେ ପିଢ଼ୀ ଲୋକଙ୍କୁ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରିଛନ୍ତି । ତାଙ୍କର ରଚନା ତାଙ୍କର ଭାବନରା ସୁନ୍ଦରତାକୁ ଦର୍ଶାଇଥାଏ । ସେ ଏକ ବିନମ୍ର ପୃଷ୍ଠଭୂମିରୁ ଉଠି ବହୁତ କିଛି ହାସଲ କରିଛନ୍ତି ।

ସେହିପରି ବିରେନ୍ଦ୍ର ହେଗଡ଼େଙ୍କ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସାମୁଦାୟିକ ସେବାରେ ସବୁଠୁ ଆଗରେ । ମତେ ଧର୍ମସ୍ଥଳ, ମନ୍ଦିରରେ ପ୍ରାର୍ଥନା କରିବା ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କ ଦ୍ୱାରା କରାଯାଇଥିବା ମହାନ କାମକୁ ଦେଖିବାର ଅବସର ମିଳିଛି । ସେ ନିଶ୍ଚିତ ଭାବରେ କାର୍ଯ୍ୟଭାରକୁ ସମୃଦ୍ଧ କରିବେ ।

ସେହପରି ଭି.ବିଜୟେଦ୍ର ପ୍ରସାଦଙ୍କ ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦଶନ୍ଧିରୁ ରଚନାତ୍ମକ ଦୁନିଆ ସହ ଜଡ଼ିତ । ତାଙ୍କର ରଚନା ଭାରତର ଗୌରବଶାଳୀ ସଂସ୍କୃତିକୁ ପ୍ରଦର୍ଶିତ କରୁଛି ଏବଂ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ଶୁଭେଚ୍ଛା ।

Get real time updates directly on you device, subscribe now.