fbpx

ଅନଲକ୍ ପ୍ରକ୍ରିୟାରେ ଲାଗୁ ହେବ 3T+V, ଜାଣନ୍ତୁ କଣ ଏହି ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ସଙ୍କଟ ଥମିନଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ସରକାରଙ୍କୁ ଚେତାଇବା ପରେ ତତ୍ପରତା ପ୍ରକାଶ ପାଇଛି । ତେବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଛି ଏବଂ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଉଛି । ତେଣୁ ଲୋକଙ୍କ ରୋଜଗାରକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟର ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହିତ କୋଭିଡ୍ ର ପ୍ରତିବନ୍ଧକକୁ କୋହଳ କରୁଛନ୍ତି । ହେଲେ ସବୁ ପ୍ରକାରର ଗାଇଡଲାଇନ୍ ସହିତ ଅନଲକ୍ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ସରକାରଙ୍କୁ ଚିଠି ଲେଖିଛନ୍ତି । ଆଉ ଏହି ଚିଠି ମାଧ୍ୟମରେ ରାଜ୍ୟ ସରକାର ମାନଙ୍କୁ 3T+V ଫର୍ମୁଲା ଆପଣାଇବାକୁ କହିଛନ୍ତି ।

ଚିଠି ମାଧ୍ୟମରେ କହିଛନ୍ତି ଯେ, କଟକଣାକୁ କୋହଳ କରିବା ସମୟରେ ଟେଷ୍ଟିଂ-ଟ୍ରାକିଂ-ଟ୍ରୀଟମେଣ୍ଟ ଅର୍ଥାତ୍ ୩ଟି ଏବଂ ଭି ବା ଭାକସିନ୍ କୁ ଧ୍ୟାନରେ ରଖନ୍ତୁ । ସମସ୍ତ ପ୍ରକାରର କରୋନା ପ୍ରୋଟେକଲ୍ କୁ ଧ୍ୟାନରେ ରଖିବାକୁ ରାଜ୍ୟ ସରକାର ମାନଙ୍କୁ ସେ କହିଛନ୍ତି । ଏଥିସହିତ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା କୌଣସି ଯାଞ୍ଚ ପ୍ରକ୍ରିୟାରେ ଅବହେଳା ଏବଂ ଢିଲା ଯେପରି ନ କରାଯାଏ । କାରଣ ସ୍ଥିତି ପ୍ରତି ମିନିଟ୍ ରେ ବଦଳୁଛି ।

ତେବେ କରୋନା ମହାମାରୀଠାରୁ ବର୍ତ୍ତିବାର ଏକାମାତ୍ର ବାଟ ଭାବେ ଉପନୀତ ହୋଇଥିବା ଉପାୟ ଯଥା ଟିକାକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହା ସଂକ୍ରମଣ ଚେନ୍ କୁ ଭାଙ୍ଗିବାରେ ସହାୟକ ହେବ । ତେଣୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କରେ ଟିକାକରଣକୁ ବଢ଼ାଇଦିଆଯାଇଛି ।

Get real time updates directly on you device, subscribe now.