fbpx

ଡ୍ରୋନରେ ଖାଦ୍ୟ ବିତରଣ କରିବ Swiggy ; ମିଳିଲା ଅନୁମତି

ନୂଆଦିଲ୍ଲୀ: ଫୁଡ୍ ଟେକ୍ ଷ୍ଟାର୍ଟଅପ୍ ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଆପଣଙ୍କ ଘରକୁ ପହଞ୍ଚାଇବ ଖାଦ୍ୟ । ଏଥିପାଇଁ କମ୍ପାନି ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ କିଛି ସପ୍ତାହ ପାଇଁ ଏହି ଏଟା ଏବଂ ରୂପନଗର ଏରିଆରେ ଏହି ଖାଦ୍ୟ ବିତରଣ କରାଯିବ । ଡ୍ରୋନ ଦ୍ୱାରା ଖାଦ୍ୟ ବିତରଣ ପାଇଁ ସ୍ୱିଗି ANRA  ଟେକ୍ନୋଲୋଜି ସହିତ ସହ ଭାଗୀ ହୋଇଛି ।

ଖାଦ୍ୟ ସହିତ ANRA ଟେକ୍ନୋଲୋଜି ମଧ୍ୟ ମେଡିକାଲ ପ୍ୟାକେଜ୍ ପ୍ରଦାନ କରିବ । ANRA ଟେକ୍ନୋଲୋଜି ପ୍ରତିରକ୍ଷା ମନ୍ତ୍ରଣାଳୟ (MoD),ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MOCA) ଙ୍କ ଠାରୁ ଅନୁମତି ପାଇଛି । ANRA ଟେକ୍ନୋଲୋଜି ଗୁଡିକୁ ଭାରତରେ  BVLOS ପାଇଁ ଅନୁମତି ଦିଆଯାଇଛି ।

ଏହାପୂର୍ବରୁ ତେଲଙ୍ଗାନାରେ ଡ୍ରୋନ୍ ସାହାଯ୍ୟରେ ଔଷଧ ବିତରଣ ଓ ଭାକସିନେସ୍ ପାଇଁ ସ୍କାଏ ଏୟାରମୋବିଲିଟିକୁ ଅନୁମତି ଦିଆଯାଇଥିଲା ।
ANRA ବର୍ତ୍ତମାନ ଦୁଇଟି ଡ୍ରୋନ ବିତରଣ ପ୍ରକଳ୍ପରେ କାର୍ଯ୍ୟ କରୁଛି । ଏକ ବିତରଣ ପ୍ରକଳ୍ପ ସହିତ, ସେ ସ୍ୱିଗି ପାଇଁ ଖାଦ୍ୟ ବିତରଣ ଉପରେ ଧ୍ୟାନ ଦେବେ । ସେହି ସମୟରେ , ଅନ୍ୟ ଏକ ପ୍ରକଳ୍ପରୁ ANRA ମେଡିକାଲ ସାମଗ୍ରୀ ଉପରେ ବି କାମ କରିବ ।

ପ୍ରିନ୍ସିପାଲ ପ୍ରୋଗ୍ରାମ ମ୍ୟାନେଜର ଶିଳ୍ପା ଗଣେଶ୍ୱର କହିଛନ୍ତି ଯେ ଖାଦ୍ୟ ବିତରଣ ପାଇଁ ଈଠଖଙଝ ଅପରେସନ୍ ଉପରେ କାମ କରିବାକୁ ଆମେ ବହୁତ ଉତ୍ସାହିତ ଅଛୁ ।  ANRA ସହିତ ମିଳିତ ଭାବେ ଆମେ ଡ୍ରୋନ୍ ଟେକ୍ନୋଲୋଜିରେ ଦୀର୍ଘ ପରିସରର ଦକ୍ଷତା ଉପରେ ଧ୍ୟାନ ଦେଉଛୁ , ପ୍ରଥମ ପରୀକ୍ଷଣ ଉଡାଣରେ , ANRA ଦର୍ଶାଇଲା ଯେ ମଧ୍ୟମ ଡ୍ରୋନ୍ ସହିତ ଖାଦ୍ୟ ପ୍ୟାକେଜ୍ କିପରି ସହଜରେ ବିତରଣ କରାଯାଇପାରିବ ।
ଖାଦ୍ୟ ପ୍ୟାକେଜ୍ ଓଜନ ୧ କିଲୋଗ୍ରାମରୁ କମ୍ ଏହାକୁ ମଧ୍ୟମ ଆକାରର ଡ୍ରୋନ ଦ୍ୱାରା ସହଜରେ ଉଠାଯାଇ ହେବ । ତେବେ ମିଡିୟମ ସାଇଜ୍ର ଡ୍ରୋନ୍ ତାର କ୍ଷମତା ଅନୁସାରେ ୩ରୁ୪ କିଲୋଗ୍ରାମରୁ ଖାଦ୍ୟ ସହଜରେ ଉଠାଇପାରିବ ।

Get real time updates directly on you device, subscribe now.