BREAKING: ଅପ୍ରାକୃତି ଯୌନ ନିର୍ଯାତନା ନେଇଗଲା ନାବାଳକ ଜୀବନ
ନାବାଳକକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ଟେନିସ୍ ବଲ୍ କିଣିବାକୁ ଶହେ ଟଙ୍କା ଦେବାକୁ କହିଥିଲା ଅଭିଯୁକ୍ତ। ଅପ୍ରାକୃତିକ ଯୌନ ସମ୍ପର୍କ ପରେ ପିଲାକୁ ଆଉ ଟଙ୍କା ଦେଇନଥିଲା ଅଭିଯୁକ୍ତ।
ପୁରୀ: ଅପ୍ରାକୃତିକ ଯୌନ ସମ୍ପର୍କ ନେଲା ଜୀବନ। ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ ନେଇ ଏଭଳି ସୂଚନା ଦେଇଛନ୍ତି ପୁରୀ ଏସ୍ପି। ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି ବୋଲି କହିଛନ୍ତି ପୁରୀ ଏସପି।
ନାବାଳକକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ଟେନିସ୍ ବଲ୍ କିଣିବାକୁ ଶହେ ଟଙ୍କା ଦେବାକୁ କହିଥିଲା ଅଭିଯୁକ୍ତ। ଅପ୍ରାକୃତିକ ଯୌନ ସମ୍ପର୍କ ପରେ ପିଲାକୁ ଆଉ ଟଙ୍କା ଦେଇନଥିଲା ଅଭିଯୁକ୍ତ। ଏକ ପରିତ୍ୟକ୍ତ ଘରେ ଏକାଠି ବସାଇ ଥଣ୍ଡା ପିଆଇଥିଲେ।
ଟଙ୍କା ନଦେଲେ ଘଟଣା ଘରେ କହିଦବ ବୋଲି କହିଥିଲା ନାବାଳକ। ‘ଶ୍ୱାସରୁଦ୍ଧ କରି ସେଫ୍ଟିକ ଟାଙ୍କିରେ ନାବାଳକକୁ ପକାଇ ଦେଇଥିଲା ଅଭିଯୁକ୍ତ। ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୁରୀ ଏସପି।
ଘଟଣାର ଅଧିକ ତଦନ୍ତ ପାଇଁ ଆଜି ଗାଁରେ ପହଂଚିଥିଲା ସାଇଣ୍ଟିଫିକ ଟିମ୍ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୁରରେ ଥିବା ଆଉ ଏକ ଟାଙ୍କିରୁ ମିଳିଥିଲା ନାବାଳକର ସାର୍ଟ-ପ୍ୟାଂଟ ।