fbpx

କୁକୁର ସହ ଅପ୍ରାକୃତିକ ଯୌନ ସମ୍ପର୍କ , ଥାନାରେ ମାମଲା – କେବେ ସୁଧୁରିବ ମଣିଷ? ବାରମ୍ବାର ଘଟୁଛି ଏଭଳି ଘଟଣା

AAKASH

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଦିଲ୍ଲୀର ଏକ ପାର୍କରେ ଜଣେ ବ୍ୟକ୍ତି କୁକୁରକୁ ବଳାତ୍କାର କରିବାର ଭିଡିଓ ସାମ୍ନାକୁ ଆସିଥିଲା। ଏବେ ବିହାରର ରାଜଧାନୀ ପାଟନାଠାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ କୁକୁରକୁ ଜଣେ ବ୍ୟକ୍ତି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ୮ ହୋଲି ଦିନ ଏହି ଘଟଣା ବୋଲି ଜଣାପଡିଛି । ଏହି ଲଜ୍ଜାଜନକ କାର‌୍ୟ୍ୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାଟି ଫୁଲୱାରିଶରିଫର ପୈସଲ କଲୋନୀରେ ଘଟିଛି। ସିସିଟିଭି ଫୁଟେଜରେ ଜଣେ ଅଜ୍ଞାତ ବ୍ୟକ୍ତି କଲୋନୀରେ ଖୋଲାଖୋଲି ଭାବେ କୁକୁର ସହିତ ଲଜ୍ଜାଜନକ କାର‌୍ୟ୍ୟ କରୁଥିବା ଦେଖିବାକୁ ମିଳିବ। ଏହା ପରେ ଫୁଲୱାରିଶରିଫ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

ସ୍ଥାନୀୟ ଜଣେ ପଶୁପ୍ରେମୀ ତାଙ୍କ ଇନଷ୍ଟାଗ୍ରାମରେ ଲଜ୍ଜାଜନକ ଭିଡିଓ ସେୟାର କରି ପୋଲିସକୁ ଅବଗତ କରାଇଥିଲେ । ପରେ ପୋଲିସ ମାମଲା ପଞ୍ଜିକୃତ କରିଥିଲା ।
ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ପାଟଣାର ଫୁଲୱାରୀ ସରିଫ ପୋଲିସକୁ ଆମେ ପ୍ରଶଂସା କରୁଛୁ । ଅଭିଯୋଗ ଆଧାରରେ ମାମଲା ପଞ୍ଜିକୃତ କରିବା ସହ ଘଟଣାକୁ ଗମ୍ଭୀରତାର ପୋଲିସ ନେଇଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରୁଛୁ। ଆମେ ଆଶା କରୁଛୁ ଯେ ଅପରାଧୀକୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ଦିଆଯାଉ। ”

ଏହା ପରେ ପାଟନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫୁଲୱାରିଶରିଫ ଆସିଷ୍ଟାଣ୍ଟ ପୋଲିସ ଅଧୀକ୍ଷକ ମନୀଷ କୁମାର କହିଛନ୍ତି, “ଏକ ଆବେଦନ ଆସିଛି ଏବଂ ଡକ୍ୟୁମେଣ୍ଟ ସହିତ ତଦନ୍ତ ଆଗକୁ ବଢିଛି। ଆଇପିସି ଏବଂ ପଶୁ ଅଧିନିୟମ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାର ତଦନ୍ତ ଚାଲିଛି।”

Get real time updates directly on you device, subscribe now.