fbpx
BJD SKY
BJD SKY

ଭୁଲ୍‌ରେ ବି ଜୀବନସାଥିଙ୍କ ଠାରୁ କରନ୍ତୁନି ଏପରି ଆଶା, ଅନ୍ୟଥା ସଂପର୍କରେ ପଡିଯିବ ପୂର୍ଣ୍ଣଚ୍ଛେଦ

BJD

ନୂଆଦିଲ୍ଲୀ: ସଂପର୍କରେ ପରସ୍ପର ଠାରୁ ଆଶା ରଖିବା ଏକ ସାଧାରଣ କଥା । କିନ୍ତୁ ଗୋଟିଏ ଜିନିଷ ଯାହା ସଂପର୍କକୁ ଖରାପ କରି ଦେଇଥାଏ ତାହା ହେଉଛି ପରସ୍ପର ଠାରୁ କିଛି ଅବାସ୍ତବ ଆଶା କରିବା । ଏପରି ସ୍ଥିତିରେ ଜରୁରୀ କି ଆପଣ ନିଜର ଏହି ଆଶା ବିଷୟରେ ପାର୍ଟନରଙ୍କ ସହ ଆଲୋଚନା କରିବା ଓ ଜାଣିବା କି ପାର୍ଟନର ଆପଣଙ୍କ ଏହି ଆଶାକୁ ପୂରଣ କରିପାରୁଛି କି ନା ।
ବହୁ ସମୟରେ ଆଶା ପୂରଣ ନ ହେବା ଦ୍ୱାରା ଆମେ ଦୁଃଖୀ ହୋଇଯାଉ । ବହୁ ଲୋକ ଆଶା ପୂରଣ ନ ହେଲେ ପାର୍ଟନରଙ୍କ ଉପରେ ରାଗିଯାଆନ୍ତି ଓ କଳି ଝଗଡା ଆରମ୍ଭ କରିଦିଅନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ସଂପର୍କ ବହୁତ ଖରାପ ହୋଇଯାଏ । ଏହି କ୍ରମରେ ଆମେ ଆପଣଙ୍କୁ ଏପରି କିଛି ଅବାସ୍ତବ ଆଶା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ନିଜ ପାର୍ଟନରଙ୍କ ଠାରୁ କେବେ ବି କରିବା ଅନୁଚିତ ।
ପରସ୍ପର ସହ ସମୟ ବିତାଇବା:
ରିଲେସନସିପ୍‌ରେ ଆମେ ଚାହିଁଥାଉ କି ଆମ ପାର୍ଟନର ଆମ ସହ ସବୁ ସମୟ କାଟୁ । କିନ୍ତୁ ଏହା ସମ୍ଭବ ନୁହେଁ । ତେଣୁ ଆପଣ ପାର୍ଟନରଙ୍କ ଠାରୁ ଅଲଗା ବି ଆପଣଙ୍କ ଏକ ଗ୍ରୁପ୍ ବନାନ୍ତୁ । ଫଳରେ ରିଲେସନସିପ୍‌ରେ ବାଲାନ୍ସ ରହିବ ।
ଜରୁରୀ ବିଷୟ ଉପରେ ଅସହମତି:
ଏହା ଏକ ଭୁଲ୍ ଧାରଣା କି ଆମେ ସେହି ବ୍ୟକ୍ତିକୁ ଜୀବନସାଥି କରିବା ଯିଏ କି ପୁରା ଆମ ପରି ହୋଇଥିବ । କିନ୍ତୁ ବାସ୍ତବ କଥା ହେଉଛି ଦୁଇ ଅଲଗା ଅଲଗା ଲୋକଙ୍କ ଦୃଷ୍ଟିଭଙ୍ଗୀ ଅଲଗା ହୋଇଥାଏ । ଏଣୁ ଆପଣ କୌଣସି ବିଷୟରେ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଚାପି ଦେବା ପରିବର୍ତ୍ତେ ସମ୍ମାନ ଓ ସ୍ପଷ୍ଟତାର ସହିତ ସେୟାର କରନ୍ତୁ । ଏହାଦ୍ୱାରା ଆପଣଙ୍କ ସଂପର୍କ ମଜଭୁତ ରହିବ ।
ଆପଣଙ୍କୁ ସବୁବେଳେ ପ୍ରାଥମିକତା ଦେବେ: ଆମେ ପ୍ରାୟ ସମୟରେ ଆଶା କରିଥାଉ କି ଆମ ପାର୍ଟନର ଆମକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦିଅନ୍ତୁ । ଏହା ରିଲେସନସିପ୍‌ରେ ସବୁଠାରୁ ବଡ ଭୁଲ୍ ।
ମନକୁ ପଢିବା: ଆମେ ଆଶା କରିଥାଉ କି ନ କହି ବି ଆମ ପାର୍ଟନର ଆମ ମନ କଥା ବୁଝିପାରୁ । ଆମକୁ କ’ଣ ଦରକାର ଓ ଆମ ମନ କାହିଁକି ଦୁଃଖ ଏସବୁ ନ କହି ବି ଆମ ପାର୍ଟନର ବୁଝିଯାଉ । କିନ୍ତୁ ଏହା ନ ହେଲେ ଆମେ ଦୁଃଖୀ ହୋଇପଡୁ । କିନ୍ତୁ ଏହା ରିଲେସନସିପ୍ ଲାଗି ଜହର ପାଲଟିଯାଇପାରେ । ତେଣୁ ମନ କଥା ପାର୍ଟନରଙ୍କୁ ଖୋଲି କୁହନ୍ତୁ ।
କଳି ଝଗଡା ଏକ ସାଧାରଣ କଥା:ଏକ ଆଇଡିଆଲ ରିଲେସନସିପ୍‌ରେ କଳି ଝଗଡା ଏକ ସାଧାରଣ କଥା । କିନ୍ତୁ ଏହି କଳି ଝଗଡା ଭିତରେ ପୁଣି ଯିଏ ପରସ୍ପରକୁ ମନାଇ ସଂପର୍କକୁ ଆଗକୁ ବଢାଇ ଜାଣିଥାଏ ସେ ହିଁ ସୁଖୀ ଜୀବନ ଜୀଇଁଥାଏ ।

Get real time updates directly on you device, subscribe now.