fbpx

ଜାନୁଆରୀ ୨୨ରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ବନ୍ଦ ଘୋଷଣା: ୟୁପି ପରେ ଛତିଶଗଡ଼ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଉତ୍ସବରେ ୧୧ ହଜାରରୁ ଅଧିକ ଭିଆଇପି ଯୋଗଦେବେ । ସମସ୍ତ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଖାସ୍ ଉପହାର ପ୍ରଦାନ କରଯିବା ନେଇ ବ୍ୟବସ୍ଥା କରାଯାଇଛି ।

ତେବେ ଏହା ମଧ୍ୟରେ ଛତିଶଗଡ଼ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ- କଲେଜ ବନ୍ଦ ରହିବ । ରାଜ୍ୟ ଶିକ୍ଷାମନ୍ତ୍ରୀ ବୃଜମୋହନ ଅଗ୍ରୱାଲ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ନିକଟକୁ ଶିକ୍ଷାମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଉଦଘାଟନୀ ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୯ ତାରିଖରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଜାନୁଆରୀ ୨୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଥିଲେ । ଏଥିସହିତ ସେହି ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହି ବୋଲି ମଧ୍ୟ କୁହାଯାଇଥିଲା ।

Get real time updates directly on you device, subscribe now.