fbpx
BJD SKY
BJD SKY

Ind vs Afg T-20 ସିରିଜରୁ ବାଦ୍ ପଡ଼ିଲେ ଦଳର ଷ୍ଟାର ପ୍ଲେୟର: ଅଧିନାୟକଙ୍କ ଖୋଜୁଛନ୍ତି ବିକଳ୍ପ ଖେଳାଳି

BJD

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଏହି ସିରିଜ ପାଇଁ ୧୪ ମାସ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । କିନ୍ତୁ ମ୍ୟାଚର କିଛି ସମୟ ପୂର୍ବରୁ ଏହାକୁ ନେଇ ଏକ ବଡ଼ ଖବର ଆସିଛି । ଆଜିର ମ୍ୟାଚ ନୁହେଁ, ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଛନ୍ତି ଆଫଗାନିସ୍ତାନର ଷ୍ୟାର ଅଲରାଉଣ୍ଡର ରାଶିଦ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ସେ ସିରିଜର କୌଣସି ମ୍ୟାଚ ଖେଳିପାରିବେ ନାହିଁ ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଫଗାନିସ୍ତାନ ଅଧିନାୟକ ଇବ୍ରାହିମ ଜାଦ୍ରାନ ଭାରତ ବିପକ୍ଷ ଏହି ସିରିଜ ପୂର୍ବରୁ ପ୍ରେସମିଯରେ ରାଶିଦଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ସେ ଏହି ସିରିଜର କୌଣସି ମ୍ୟାଚ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇବ୍ରାହିମ । ତେବେ ଡାକ୍ତର ବର୍ତ୍ତମାନ ରାଶିଦଙ୍କ ଚିକିସବା ଜାରି ରଖିଥିବା ବେଳେ ସିରିଜ ମଧ୍ୟରେ ସେ ସୁସ୍ଥ ହୋଇ ଦଳରେ ସାମିଲ ହୋଇ ପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି । ତେଣୁ ଭାରତ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରେ ଆଫଗାନିସ୍ତାନ ଟିମ୍ ରାଶିଦଙ୍କୁ ମିସ୍ କରିବେ ବୋଲି କହିଛନ୍ତି ଅଧିନାୟକ ଇବ୍ରାହିମ ଜାଦ୍ରାନ୍ ।

ଏହାପରେ ଆଫଗାନିସ୍ତାନ ଅଧିନାୟକ ଜାଦ୍ରାନ କହିଛନ୍ତି ଯେ, ରାଶିଦଙ୍କ ବ୍ୟତୀତ ଦଳରେ ଏଭଳି ଅନେକ ଭରସାଯୋଗ୍ୟ ଖେଳାଳି ରହିଛନ୍ତି । ସମସ୍ତେ ଭଲ ପ୍ରଦର୍ଶନ କରିବେ, ତେବେ ରାଶିଦଙ୍କ ବିନା ଦଳ ସାମାନ୍ୟ ସଂଘର୍ଷ କରିପାରେ । ତେବେ କ୍ରିକେଟରେ ଦଳକୁ ବିଭିନ୍ନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଆଫଗାନିସ୍ତାନ ଦଳ: ଇବ୍ରାହିମ ଜାଦ୍ରାନ(ଅଧିନାୟକ), ରହମାନୁଲ୍ଲାହ ଗୁରବାଜ, ଏକରାମ ଅଲୀ, ହଜରତୁଲ୍ଲାହ ଜାଜଇ, ରହମତ ଶାହ, ନଜୀବୁଲ୍ଲାହ ଜାଦରାନ, ମହମ୍ମଦ ନବୀ, କରୀମ ଜନତ, ଅଜମତୁଲ୍ଲାହ ଉମରଜାଇ, ଶରାଫୁଦ୍ଦୀନ ଅଶରଫ, ମୁଜୀବ ଉର ରହମାନ, ଫଜଲ ହକ ଫାରୁଖୀ, ଫରୀଦ ଅହମ୍ମଦ, ନବୀନ ଉଲ ହକ୍, ନୂର ଅହମଦ, ମହମ୍ମଦ ସଲୀମ, କେସ୍ ଅହମଦ, ଗୁଲବଦୀନ ନେବ

Get real time updates directly on you device, subscribe now.