fbpx

କରୋନା ପାଇଁ ମିଳୁନି ଗର୍ଭନିରୋଧକ ,୭୦ ଲକ୍ଷ ଅବାଂଛିତ ଗର୍ଭଧାରଣ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର):କରୋନା ପାଇଁ ସରା ବିଶ୍ୱରେ ଲକ ଡାଉନ । ସଭିଙ୍କୁ ଘରେ ରହିବାକୁ ପଡୁଛି । ଏଭଳି ସମୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶାରୀରୀକ ସମ୍ବନ୍ଧ ବିଢ଼ିଛି । କିନ୍ତୁ ଚିନ୍ତାର ବିଷୟ ହେଉଛି ଏଥିପାଇଁ ଅଧିକାଂଶ ମହିଳା ଏବେ ଗର୍ଭଧାରଣ କରିଛନ୍ତି । ବିଶ୍ୱସ୍ୱାସ୍ଥ୍ୟସଂଗଠନ ମୁତାବିକ ଲକ ଡାଉନ ଭିତରେ ପ୍ରାୟ ୧ କୋଟି ୨୦ ଲକ୍ଷ ଗର୍ଭଧାରଣ ହୋଇଛି । ଯେଉଁଥିରୁ ପ୍ରାୟ ୭୦ ଲକ୍ଷ ଅବାଂଛିତ ଗର୍ଭ ବା ଗର୍ଭଧାରଣ ସପକ୍ଷରେ ନଥିଲେ ମହିଳା ପାର୍ଟନର । କିନ୍ତୁ କରୋନା କଟକଣା ପାଇଁ ଗର୍ଭନିରୋଧକର ଅଭାବରେ ଏହି ଗର୍ଭଧାରଣ ହୋଇଛି ।

ଆକଳନ ଅନୁୟାୟୀ ପ୍ରାୟ ୪୭ କୋଟି ମହିଳା ଅନାହୂତ ଗର୍ଭାବସକୁ ରୋକିବାକୁ ଗର୍ଭ ନିରୋଧକ ବ୍ୟବହାର କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଅବଶ୍ୟକୀୟ ସମ୍ବଳ ଅଭାବ ,ଗର୍ଭନିରୋଧକର ଅଭାବ ତଥା ପରିବାର ନିୟୋଜନ ଆସ୍ତ୍ରୋପଚାର କରିନପାରିବାରୁ ୭୦ ଲକ୍ଷ ଅବାଂଛିତ ଗର୍ଭାବାସ ସୃଷ୍ଟି ହୋଇଛି । ଏଭଳି କ୍ଷେତ୍ରରେ ଅଧିକାଂଶ ଗର୍ଭପାତ ପାଇଁ ବିପଦପୂର୍ଣ୍ଣ ପଦ୍ଧତ୍ତି ଆପଣାଉଥିବା ର ସୂଚନା ରହିଛି ।

Get real time updates directly on you device, subscribe now.