fbpx

ଆଗାମୀ ବର୍ଷରୁ ଆଉ ରାସ୍ତାରେ ଦେଖିବାକୁ ମିଳିବେନି ଗାଈ, ସରକାର ନେଇଛନ୍ତି ବଡ ନିଷ୍ପତ୍ତି

Advertisement

ଲକ୍ଷ୍ନୌ: ଜାନୁୟାରୀ ୨୦୨୪ରୁ ଆଉ ଆପଣ ରାସ୍ତାରେ ଗାଈ ଦେଖିବାକୁ ପାଇବେନି । ଉତ୍ତରପ୍ରଦେଶରେ ଯୋଗୀ ସରକାର ୩୧ ଡିସେମ୍ବର ପର୍ଯ୍ୟନ୍ତ ବିଶେଷ ଅଭିଯାନ ଚଲାଇ ରାସ୍ତାରେ ଖୋଲାରେ ବୁଲୁଥିବା ଗାଈଙ୍କୁ ଗୋ ସଂରକ୍ଷଣ କେନ୍ଦ୍ର ପହଞ୍ଚାଇବେ । ଯୋଗୀ ସରକାରଙ୍କ ପଶୁଧନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଧର୍ମପାଳ ସିଂହ ଏ ବିଷୟରେ ସୂଚନା ଦେଇଛନ୍ତି ।

ଉତ୍ତରପ୍ରଦେଶରେ ଏବେ ୬୯୪୩ ଗୋସଂରକ୍ଷଣ କେନ୍ଦ୍ର ରହିଛି ଯେଉଁଥିରେ ୧୨,୧୧,୨୪୭ ଗୋରୁଗାଈ ଅଛନ୍ତି । ଏହାସତ୍ତ୍ୱେ ଦୈନିକ ରାସ୍ତା ଉପରେ ଖୋଲାରେ ଗାଈ ବୁଲୁଛନ୍ତି, ଯାହାଦ୍ୱାରା ପଥଚାରୀଙ୍କୁ ବହୁତ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣାମାନ ବି ଘଟୁଛି । ସରକାରଙ୍କ ପକ୍ଷରୁ କୁହାଯାଇଛି କି ଏବେ ୨ ମାସର ଅଭିଯାନ ପରେ ଲୋକମାନଙ୍କୁ ଆଉ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଉତ୍ତରପ୍ରଦେଶରେ ୨୦୧୭ରେ ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଅବୈଧ କଂସେଇଖାନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଫଳ ସ୍ୱରୂପ ବୁଲା ଗାଈମାନେ ରାସ୍ତା ଓ ବିଲବାଡିରେ ନଜର ଆସିଥିଲେ । ଏହାକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ଗୋ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା । ଖୋଲାରେ ବୁଲୁଥିବା ଗାଈଙ୍କୁ ଏହି ଗୋଆଶ୍ରୟସ୍ଥଳ ପହଞ୍ଚାଇ ଯାଇଥିଲା । କିନ୍ତୁ ଏହାପରେ ସମସ୍ୟା ସଂପୂର୍ଣ୍ଣ ଭାବରେ ସମାଧାନ ହୋଇ ନ ଥିଲା । ଏକ ସରକାରୀ ଆକଳନ ଅନୁଯାୟୀ ଏବେ ପ୍ରାୟ ଅଢେଇ ଲକ୍ଷ ଗୋରୁଗାଈ ରାସ୍ତା ଉପରେ ବୁଲୁଛନ୍ତି । କିନ୍ତୁ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.