fbpx

ଜିଏସ୍‌ଟିରୁ ସରକାର କଲେ ଜବରଦସ୍ତ ଆୟ, ଅକ୍ଟୋବରରେ ସଂଗ୍ରହ ହେଲା ୧.୭୨ ଲକ୍ଷ କୋଟି

Advertisement

ନୂଆଦିଲ୍ଲୀ: ଜିଏସଟି ଅର୍ଥାତ୍ ଗୁଡସ୍ ଆଣ୍ଡ ସର୍ଭିସେସ୍ ଟିକସ ଆଦାୟ ଅକ୍ଟୋବରରେ ୧୩% ବୃଦ୍ଧି ପାଇ ୧.୭୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ହେଉଛି ଏ ପର୍ଯ୍ୟନ୍ତ ସରକାରଙ୍କର ସବୁଠାରୁ ବଡ ଜିଏସଟି ସଂଗ୍ରହ । ଏପ୍ରିଲ ୨୦୨୩ରେ ସବୁଠାରୁ ଅଧିକ ଜିଏସଟି ସଂଗ୍ରହ ହୋଇଥିଲା ଯାହାକି ୧.୮୭ ଲକ୍ଷ କୋଟି ଟଙ୍କା ଥିଲା । ସେପ୍ଟେମ୍ବର ୨୦୨୩ରେ ଜିଏସ୍‌ଟି କଲେକ୍ସନ ୧.୬୩ ଲକ୍ଷ କୋଟି ଥିଲା । ତେବେ ମାସକୁ ମାସ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।

ଅକ୍ଟୋବର ୨୦୨୩ରେ ହୋଇଥିବା ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହରେ ସିଜିଏସଟି ୩୦,୦୬୨ କୋଟି, ଏସଜିଏସଟି ୩୮,୧୭୧ କୋଟି, ଆଇଜିଏସଟି ୯୧,୩୧୫ କୋଟି ଟଙ୍କା ରହିଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଆର୍ଥିକ ବର୍ଷ ୨୦୨୩-୨୪ରେ ଜିଏସଟି ସଂଗ୍ରହ ବାର୍ଷିକ ଆଧାରରେ ୧୧% ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.