fbpx

ଡମ୍ପିଂ ଫ୍ରି ହେବ ଭୁବନେଶ୍ୱର, ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ

Advertisement

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଅଳିଆ ଗଦାକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଅଳିଆ ଆବର୍ଜନାରୁ ନିର୍ଗତ ଦୁର୍ଗନ୍ଧ ଯୋଗୁଁ ସ୍ଥାନୀୟ ବାସିନ୍ଦା ଏବଂ ରାସ୍ତାରେ ଯାଉଥିବା ଲୋକେ ଅନେକ ଅସୁବିଧାରେ ପଡିଛନ୍ତି । ତେବେ ଏନେଇ ବର୍ତ୍ତମାନ ବିଏମସି ଏକ ପଦକ୍ଷେପ ନେଇଛି । ଆସନ୍ତା ଏପ୍ରିଲ ମାସରୁ ଭୁବନେଶ୍ୱର ଡମ୍ପିଂ ଫ୍ରି ହେବ ବୋଲି କୁହାଯାଉଛି ।

ରାଜଧାନୀ ଡମ୍ପିଂ ଫ୍ରି ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରତିଦିନ ଅଳିଆ ଏମସିସି ଦ୍ୱାରା ସଫା ହେବ ବୋଲି କହିଲେ କମିଶନର । ସୈନିକ ସ୍କୁଲ ପାଖରେ ଥିବା ଅଳିଆ ଗଦା ଭୁବନେଶ୍ୱରର ସବୁଠୁ ବଡ଼ ଅଳିଆଗଦା । ସାରା ଭୁବନେଶ୍ୱର ସହରର ଅଳିଆ ସେଠାରେ ଗଦା କରାଯାଇଥାଏ । ତେବେ ଏହା ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଏହା ସହ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି । ସେଥିରୁ ବାହାରୁଥିବା ଦୁର୍ଗନ୍ଧ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେବେ ଏନେଇ ବର୍ତ୍ତମାନ ବିଏମସି ପଦକ୍ଷେପ ନେଇଛି ।

 

Get real time updates directly on you device, subscribe now.