fbpx

ବୟସ ୧୦, ପାସ୍ କଲେ ୧୦ମ, ପ୍ରଚଣ୍ଡ ପ୍ରତିଭାଧାରୀ ଜଣଙ୍କ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୦ ବର୍ଷ । କିନ୍ତୁ ବିଚକ୍ଷଣ ପ୍ରତିଭାଧାରୀ ଛାତ୍ର ଜଣଙ୍କ ୧୦ମ ବୋର୍ଡ ପରୀକ୍ଷା ପାସ୍ କରି ଏକ ବିରଳ ରେକର୍ଡ କରିଛନ୍ତି । ଏହି ମେଧାବୀ ଛାତ୍ରଙ୍କ ନାମ ହେଉଛି ରାଷ୍ଟ୍ରମ୍ ଆଦିତ୍ୟ କୃଷ୍ଟା । ତାଙ୍କର ଏହି ସଫଳତା ପାଇଁ ପରିବାର ଓ ସମ୍ପର୍କୀୟ ଖୁବ୍ ଖୁସି ।

ସୂଚନା ଅନୁସାରେ ଲକ୍ଷ୍ନୌରେ ରହୁଥିବା ରାଷ୍ଟ୍ରମ୍ ଆଦିତ୍ୟ ଉତ୍ତର ପ୍ରଦେଶ ବୋର୍ଡର ଦଶମ ପରୀକ୍ଷା ପାସ୍ କରିବା ସହ ୭୯ ପ୍ରତିଶତ ମାର୍କ ରଖିଛନ୍ତି । ଇଂରାଜୀରେ ୮୩, ହିନ୍ଦୀରେ ୮୨, ବିଜ୍ଞାନରେ ୭୬, ଗଣିତରେ ୬୪, ଚିତ୍ରରେ ୮୬ ଏବଂ ସାମାଜିକ ବିଜ୍ଞାନରେ ୮୪ ମାର୍କ ରଖିଛନ୍ତି ଆଦିତ୍ୟ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଆଦିତ୍ୟଙ୍କ ବିଚକ୍ଷଣ ପ୍ରତିଭାକୁ ବିଚାର କରି ଉତ୍ତର ପ୍ରଦେଶ ବୋର୍ଡ ପକ୍ଷରୁ ୨୦୧୯ରେ ତାଙ୍କୁ ଦଶମ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଥିଲା । ଏହା ପରେ ତାଙ୍କୁ ଲକ୍ଷ୍ନୌ ଏମଡି ଶୁକ୍ଲା ଇଣ୍ଟର୍ କଲେଜରେ ୯ମ ଶ୍ରେଣୀରେ ଆଡମିସନ୍ କରାଯାଇଥିଲା ।

ଅନ୍ୟପକ୍ଷରେ ଏଭଳି ସ୍ୱତନ୍ତ୍ର ଅନୁମତି ଦିଆଯିବା ଓ କମ୍ ବୟସରେ ବୋର୍ଡ ପରୀକ୍ଷା ଦେବା ଘଟଣା ଉତ୍ତର ପ୍ରଦେଶରେ ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ସୁଷମା ବର୍ମାଙ୍କୁ ମାତ୍ର ୫ ବର୍ଷ ବୟସରେ ୯ମ ଶ୍ରେଣୀରେ ଭର୍ତ୍ତି କରାଯାଇଥିଲା । ୨୦୦୭ରେ ୟୁପି ବୋର୍ଡ ପରୀକ୍ଷା ପାସ୍ କରିବା ପରେ ସେ ଦେଶର ସବୁଠୁ କମ୍ ବୟସ୍କା ହାଇସ୍କୁଲ୍ ପାସ୍ ବିଦ୍ୟାର୍ଥୀ ଭାବେ ବିବେଚିତ ହୋଇଥିଲେ । ସେହି କ୍ରମରେ ଆଦିତ୍ୟ ୨ୟ ସେଭଳି କୃତିତ୍ୱର ଅଧିକାରୀ ହୋଇଛନ୍ତି । ତେବେ ୟୁପି ବୋର୍ଡର ନିୟମ ଅନୁସାରେ ୧୦ମ ପରୀକ୍ଷାରେ ବସିବାକୁ ବିଦ୍ୟାର୍ଥୀଙ୍କ ବୟସ ଅତିକମ୍ରେ ୧୪ ବର୍ଷ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.