fbpx

ହୃଦୟ ବିଦାରକ ମାମଲା: ୬ ମାସର ଶିଶୁକୁ ଧରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ୨୨ ବର୍ଷୀୟ ମାଆ ୬ ମାସର ଶିଶୁକୁ ଧରି ନିଆଁ ଲଗାଇଦେଇଛି । ଘଟଣାସ୍ଥଳରେ ମାଆ ଏବଂ ଶିଶୁ ଉଭୟଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ ତଦନ୍ତ ପ୍ରକ୍ରିୟା ଚଳାଇଛି ।

ଏହି ଘଟଣାଟି ୟୁପିର ହମୀରପୁର ଜିଲ୍ଲାର ଗ୍ରାମ ପଞ୍ଚାୟତ ଅଲରାର ପହାଡ଼ି ଡେରାର ବୋଲି କୁହାଯାଉଛି । ଏଠାରେ ଉତ୍ତମ ସିଂହ ରାଜପୁତଙ୍କ ପତ୍ନୀ କିରଣ ଯାହାଙ୍କର ବୟସ ୨୨ ବର୍ଷ ବୋଲି କୁହାଯାଉଛି । ସେ ନିଜ ୬ ମାସର ଶିଶୁକୁ ଧରି ସ୍ୱାମୀ ଏବଂ ପୁରା ପରିବାର ସାମ୍ନାରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା । ଏଥିରେ ମାଆ ଏବଂ ଶିଶୁଙ୍କର ମୃତ୍ୟୁ ଘଟିଛି ।

କୁହାଯାଉଛି ଯେ, ପରିବାର ଲୋକେ ଏବଂ ତାଙ୍କ ସ୍ୱାମୀ ନିଆଁ ଲଗାଇବାକୁ ଯାଉଥିବା ମହିଳାଙ୍କୁ ଅଟକାଇ ନଥିଲେ । ଯଦି ରୋକିଥାଆନ୍ତେ ତେବେ ସେମାନଙ୍କ ଜୀବନ ବଞ୍ଚିଯାଇଥାଆନ୍ତା । ଲୋକେ କହୁଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗିଆସୁଥିଲା । ସେମାନଙ୍କ ବିବାହ ଅଧିକ ଦିନ ହୋଇ ନଥିଲା । କାରଣ ସେହି ମହିଳାଙ୍କ ବୟସ ମାତ୍ର ୨୨ ବର୍ଷ ଥିଲା । ସୋମବାର ଦିନ ସକାଳେ ଝଗଡ଼ା ହେଲା ସ୍ତ୍ରୀ ଅଧିକ ରାଗିଯାଇ ଏହି ପଦକ୍ଷେପ ନେଇଛି ।

ତେବେ ଏହି ମାମଲାରେ ସ୍ୱାମୀ ଫେରାର ରହିଥିବା ବେଳେ ପୋଲିସ ମାମଲାର ତଦନ୍ତ ଚଳାଇଛି । ଏଥିସହ ତାଙ୍କୁ ଖୋଜିବାରେ ଲାଗିଛି । ଏହି ମାମଲା ସଂପର୍କରେ ଝିଅର ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି।

Get real time updates directly on you device, subscribe now.