fbpx

ମାତ୍ର 3 ଲକ୍ଷରେ ଇଲେକ୍ଟ୍ରିକ କାର୍, ସିଙ୍ଗଲ ଚାର୍ଜରେ ଦୌଡିବ 1200 କିମି

Up to 1200kms on a single charge! Bestune Xiaomi mini EV launches in india soon

ନୂଆଦିଲ୍ଲୀ:  ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇବା କାରଣରୁ ବର୍ତ୍ତମାନ ଲୋକେ ଇଲେକ୍ଟ୍ରି ଗାଡି ଆଡକୁ ମୁହାଁଉଛନ୍ତି । ଚୀନରେ ଇଲେକ୍ଟ୍ରି ସେଗମେଣ୍ଟ ଦୃତ ଗତିରେ ବଢିବାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏହାରି ଭିତରେ ଛୋଟ ଇଲେକ୍ଟ୍ରିକ ଗାଡି ସମସ୍ତଙ୍କ ପସନ୍ଦ ସାଜିଛି । ଏହି କାର୍ ବେଷ୍ଟୁନ ବ୍ରାଣ୍ଡ ସାଓମିର ହୋଇଥିବ ବେଳେ ଏହାକୁ ଗତ ବର୍ଷ ଲଞ୍ଚ କରାଯାଇଥିଲା । ତେବେ ଏହାର ବିଶେଷତା ହେଉଛି ସିଙ୍ଗଲ ଚାର୍ଜରେ ଏହା 1200 କିମି ପର୍ଯ୍ୟନ୍ତ ଯାଇପାରେ । ଏହାର ଦାମ୍ 3.47 ଲକ୍ଷରୁ 5.78 ଲକ୍ଷ ରହିଛି ।

ବେଷ୍ଟୁନ ସାଓମିକୁ 2023 ମସିହା ଏପ୍ରିଲ ମାସରେ ସଂଘାଇ ଅଟୋ ସୋରେ ଲଞ୍ଚ କରାଯାଇଥିଲା । ଏହି କାରରେ 7 ଇଞ୍ଚର ଟଚସ୍କ୍ରିନ ମଧ୍ୟ ରହିଛି । ଏହାସହିତ ଡିସବୋର୍ଡରେ ଡୁଆଲ ଟୋନ ଥିମ ମଧ୍ୟ ରହିଛି । ଏହି କାରେ ଏୟୋରଡାଇନାମିକ ହିଲ୍ପର ଉପଯୋଗ କରିଥାଏ । ଯାହାକି ରେଞ୍ଜ ବଢାଇବାରେ ସହାୟକ ହୋଇଥାଏ  । ବେଷ୍ଟୁନ ସାଓମି ଏଫଏମଇ ପ୍ଲାଟଫର୍ମ ଉପରେ ଆଧାରିତ । ଯାହା ଇଭି ଏବଂ ଏକ୍ସଟେଣ୍ଡର ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି । ଏଫଏମଇ ପ୍ଲାଟଫର୍ମରେ ଏଆଇ ଏବଂ ଏଟୁ ନାମକ ଦୁଇଟି ପ୍ଲାଟଫର୍ମ ରହିଛି । ସାଓମିକୁ ପାଓ୍ବାର ଦେବା ପାଇଁ 20 kwର ଇଲେକ୍ଟ୍ରିକ ମୋଟର ଦିଆଯାଇଛି । ଏଥିରେ ବ୍ୟବହାର କରାଯାଇଥିବା ବ୍ୟାଟେରୀ ଲିଥିୟମ-ଆଇରନ-ଫସଫେଟ ୟୁନିଟ୍ ଅଟେ । ବେଷ୍ଟୁନ ସାଓମିକୁ ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରାଯିବା ନେଇ ମଧ୍ୟ ଆଶଙ୍କା ରହିଛି । ଏହାର ମୁବାକିଲା ଟାଟା ଟିଆଗୋ ଇଭି ଏବଂ ଏମଦି କାମେଟ ଇଭି ସହିତ ହେବା ନେଇ ଆଲୋଚନା ହେଉଛି ।

Get real time updates directly on you device, subscribe now.