fbpx
BJD SKY
BJD SKY

ବିଧବା ମହିଳା ବିବାହ ପାଇଁ ମନା କରିବାରୁ ଯୁବକ ନିଜ ଦେହରେ ଲଗାଇଦେଲେ ନିଆଁ, ଜଳିଯାଇଛି ଶରୀରର ୮୦ ପ୍ରତିଶତ

BJD

ଶାମଲୀ: ଉତ୍ତରପ୍ରଦେଶର ମୁଜଫରନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ବିବାହ କରିବାକୁ ମନା କରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଥିରେ ଯୁବକ ଜଣକ ନିଜକୁ ନିଆଁ ଲଗାଇଦେଇଛନ୍ତି । ଯାହାପରେ ତାଙ୍କ ଶରୀରର ୮୦ ପ୍ରତିଶତ ଜଳିଯାଇଛି ।

ଶାମଲୀର ପୋଲିସ ଅଧିକାରୀ ଅଭିଶେକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବିନୟ ନାମକ ଜଣେ ୨୮ ବର୍ଷୀୟ ଯୁବକ ମହିଳା ପୋଲିସ ଥାନା ବାହାରେ ନିଜ ଦେହରେ ନିଆଁ ଲଗାଇଦେଇଛି । ଏହି ଘଟଣାରେ ତାଙ୍କର ୮୦ ପ୍ରତିଶତ ଶରୀର ଜଳିଯାଇଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେ କହିଛନ୍ତି ଯେ, ବିନୟ ଏକ ବିଧବା ମହିଳାଙ୍କୁ ପ୍ରେମ କରୁଥିଲେ ଏବଂ ସେ ଦୁହେଁ ବିବାହର ମଧ୍ୟ ଯୋଜନା କରୁଥିଲେ । କିଛି କାରଣ ପାଇଁ ମହିଳା ତାଙ୍କୁ ବିବାହ ପାଇଁ ମନା କରିଦେଇଥିଲେ । ଯେଉଁ କାରଣରୁ ଯୁବକ ଜଣକ ଚିନ୍ତିତ ଥିଲେ । ଏହାପରେ ସେ ନିଜକୁ ନିଆଁ ଲଗାଇଦେଇଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.