ଦେଶରେ ୧୭୦ଟି ହଟସ୍ପଟ୍ ଜିଲ୍ଲା ଚିହ୍ନଟ

ନୂଆଦିଲ୍ଲୀ, ୧୫ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି କରୋନା ସମ୍ପର୍କିତ ସମସ୍ତ ରାଜ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଛି । ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଉଦ୍ୟମରେ ଲଢ଼େଇ ଜାରି ରଖିଛନ୍ତି । ଜିଲ୍ଳାମାନଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ହଟସ୍ପଟ ଜିଲ୍ଲା, ଅଣ-ହଟସ୍ପଟ ଜିଲ୍ଲା ଓ ଗ୍ରୀନ ଜୋନ୍ ଜିଲ୍ଲା । ଦେଶରେ ୧୭୦ଟି ଜିଲ୍ଲା ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ବୋଲି ଅଗ୍ରୱାଲ କହିଛନ୍ତି । କିଛି ଅଞ୍ଚଳରେ ୨୦ ଏପ୍ରିଲରୁ କିଛି କଟକଣା କୋହଳ କରାଯିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.