fbpx

୧୯ଟି ଜିଲ୍ଲାରେ ୨୧ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତ

Advertisement

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ସମ୍ପର୍କିତଙ୍କୁ ଦୋଷୀ ମାନନ୍ତୁ ନାହିଁ । ତାଲାବନ୍ଦକୁ ଶୃଙ୍ଖଳାର ସହ ମାନିଥିବାରୁ ଓଡ଼ିଶାରେ ଲାଭ ମିଳୁଛି । ଓଡ଼ିଶାରେ ମୋଟ୍ ନମୁନା ପରୀକ୍ଷଣର ୧.୦୮% ପଜିଟିଭ୍ ବାହାରିଛି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ବାହାରୁ ଆସିଲେ ହାତ ଧୋଇବା ଜରୁରୀ ବୋଲି ସେ କହିଛନ୍ତି । ସୁବର୍ଣ୍ଣପୁରରେ କୋଭିଡ଼-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହାସହ ୧୯ଟି ଜିଲ୍ଲାରେ ୨୧ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଏହି କୋଭିଡ଼୍ ହସ୍ପିଟାଲ ଗୁଡ଼ିକରେ ୩,୬୦୦ ଶଯ୍ୟା ରହିଛି ।

ଏହାସହ କରୋନା ନେଇ କିଛି ଭ୍ରାନ୍ତ ଧାରଣା ବିଷୟରେ ବୁଝାଇ କହିଛନ୍ତି ବାଗଚୀ । ସେ ଭ୍ରାନ୍ତଧାରଣାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଯେମିତିକି ନାକରେ ଲୁଣ ପାଣି ଦେଲେ କରୋନା ଭଲ ହୋଇଯିବା, ଗରମରେ କରୋନା ଭୂତାଣୁ ମରିଯିବା, କରୋନା ଧରିଲେ ସାରା ଜୀବନ ଗୋଡ଼ାଇବ, ପ୍ରଶ୍ୱାସ ନେଇ ୧୦ସେକେଣ୍ଡ ରଖିପାରିଲେ କରୋନା ହେବନି, ମଦ ପିଇଲେ କରୋନା ହେବନି, ଗରମ ପାଣିରେ ଗାଧେଇବା, ମଶା କାମୁଡ଼ାରୁ କରୋନା ସଂକ୍ରମିତ ହେବା, ରସୁଣ ଖାଇଲେ କରୋନା ନହେବା, ଛୁଆ ଯୁବକଙ୍କୁ କରୋନା ନହେବା, ଆଣ୍ଟିବାୟୋଟିକ୍ ଔଷଧ ଖାଇଲେ, କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ, ପୋଷା କୁକୁର ଓ ବିଲେଇଙ୍କ ଠାରୁ କରୋନା ହେବା ଏହି ସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରହିବାକୁ ବାଗଚୀ କହିଛନ୍ତି ।

Get real time updates directly on you device, subscribe now.