ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟ ପ୍ରଚଳନ ଏବେ ବଢିବାରେ ଲାଗିଛି । ଏହାସହିତ ବୃଦ୍ଧି ପାଉଛି ସାଇବର ଠକାମୀର ମାମଲା । ରାସନ ସାମଗ୍ରୀ କିଣିବାରୁ ମହଙ୍ଗା ରେଷ୍ଟୁରାଣ୍ଟରେ ଖାଇବା ପର୍ଯ୍ୟନ୍ତ ସବୁଠି ୟୁପିଆଇ ଟ୍ରାଞ୍ଜାକ୍ସନ ବ୍ୟବହାର କରୁଛନ୍ତି ଗ୍ରାହକ । ସେପଟେ ଟ୍ରାଞ୍ଜାକ୍ସନ ହାରରେ ସାଇବର ଠକ ମାନଙ୍କର ୟୁପିଆଇ ସହ ଜଡ଼ିତ ଠକାମୀ ମାମଲା ମଧ୍ୟ ବଢିବାର ସୁଯୋଗ ଦେଇଛି । ତେବେ ଏହାକୁ ନେଇ ଏବେ ଟେନସନରେ ପଡ଼ିଛନ୍ତି ସରକାର । ଏହାକୁ ରୋକିବା ପାଇଁ ଏବେ ବ୍ୟବସ୍ଥା ଆରମ୍ଭ କରାଯାଉଛି ।
ରାଜ୍ୟ ଅର୍ଥମନ୍ତ୍ରୀ ପଂଙ୍କଜ ଚୌଧୂରୀ ସଂସଦରେ ଏ ନେଇ କହିଛନ୍ତି ଯେ, ୨୦୨୩ ମସିହାରେ ଦେଶରେ ୟୁପିଆଇ ଠକାମୀ ମାମଲା ପ୍ରାୟ ୮୫% ବୃଦ୍ଧି ପାଇଛି । ୨୦୨୨-୨୩ ରେ ୮୩୦୦ କୋଟିରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ଏଥିରେ ପ୍ରାୟ ୧୪୦ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି । ତେବେ ଏହିବର୍ଷ ୟୁପିଆଇ ଠକାମୀର ୭.୨୫ ଲକ୍ଷ ମାମଲାରେ ପ୍ରାୟ ୫୭୩ କୋଟି ଟଙ୍କା ଲୁଟ୍ ହୋଇଥିବା ଘଟଣା ସାମନାକୁ ଆସିଛି । ସେହିପରି ୨୦୨୩-୨୪ରେ ୧୩,୧୦୦ କୋଟିରୁ ଅଧିକ ଏବଂ ପ୍ରାୟ ୨୦୦ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି । ଏଥିରୁ ଠକାମୀର ମାମଲା ୧୩.୪ ଲକ୍ଷ ହୋଇଥିବା ବେଳେ ଏହାର ଆମାଉଣ୍ଟ ପ୍ରାୟ ୧୦୮୭ କୋଟି ଟଙ୍କା ରହିଛି । ଚଳିତବର୍ଷ ଏପ୍ରିଲ-ଡିସେମ୍ବର ପର୍ଯ୍ୟନ୍ତ ୟୁପିଆଇ ଫ୍ରଡ୍ ମାମଲା ସଂଖ୍ୟା ୬.୩୨ ଲକ୍ଷ ରହିଛି ଏବଂ ଏଥିରୁ ପ୍ରାୟ ୪୮୫ କୋଟି ଲୁଟ କରିଛନ୍ତି ସାଇବର ଅପରାଧୀ ।
ତେବେ ଏହି ୟୁପିଆଇ ଫ୍ରଡକୁ ରୋକିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଥିବା ବେଳେ ଏହାର ବିଫଳ ହୋଇଛି । ୨୦୨୦ ମସିହାରେ ରିଜର୍ଭ ବ୍ୟାଙ୍କ ସେଣ୍ଟ୍ରାଲ ପେମେଣ୍ଟ ଫ୍ରଡ୍ ଇନଫର୍ମେସନ ରେଜି୍େଟ୍ରି(CPFIR) ଆରମ୍ଭ କରିଥିଲା । ସମସ୍ତ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକୁ ଏହି ରେଜିଷ୍ଟ୍ରିରେ ଦେୟ ସମ୍ବନ୍ଧୀୟ ଜାଲିଆତି ରିପୋର୍ଟ କରିବାକୁ ପଡିବ । ୟୁପିଆଇ ଠକେଇ ସହିତ ପେମେଣ୍ଟ ସମ୍ବନ୍ଧୀୟ ଠକେଇକୁ ରୋକିବା ପାଇଁ ସରକାର, ଆରବିଆଇ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI)ଯଥା ସମୟରେ ଅନେକ ପଦକ୍ଷେପ ନେଇଛି, ଏଥିରେ ଗ୍ରାହକଙ୍କ ମୋବାଇଲ୍ ନମ୍ବର ଏବଂ ଡିଭାଇସ୍ ମଧ୍ୟରେ ଡିଭାଇସ୍ ବାଇଣ୍ଡିଙ୍ଗ, ପିନ୍ ମାଧ୍ୟମରେ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ , ଦୈନିକ ଟ୍ରାଞ୍ଜାକ୍ସନ ଲିମିଟ ଇତ୍ୟାଦି ସାମିଲ କରାଯାଇଛି ।