fbpx

ବ୍ୟାଙ୍କ ଗ୍ରାହକଙ୍କ ପଇଁ ବଡ଼ ଖବର: ଆଜିଠୁ ଆସିବନି UPI Message, ଜାରି ରହିବ ଇ-ମେଲ ଆଲର୍ଟ

Advertisement

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଏକ ସୁବିଧା ବନ୍ଦ କରିବାକୁ ଯାଉଛି । ଆଜିଠାରୁ HDFC ବ୍ୟାଙ୍କର UPI ମେସେଜ ସେବା ବନ୍ଦ ହେବ । ଏ ନେଇ ପୂର୍ବରୁ ବ୍ୟାଙ୍କ ତରଫରୁ ପୂର୍ବରୁ ସୂଚନା ମଧ୍ୟ ଦିଆ ଯାଇଥିଲା । ଜୁନ୍ ୨୫ ତାରିଖରୁ ୧୦୦ ଟଙ୍କାରୁ କମ୍ UPI ଟ୍ରାଞ୍ଜାକ୍ସନ ଏବଂ ୫୦୦ ଟଙ୍କାରୁ କମ୍ ଡିପୋଜିଟରେ SMS ଆଲର୍ଟ ପଠାଯିବ ନାହିଁ ବୋଲି ସୂଚନା ଦେଇଥିଲା ବ୍ୟାଙ୍କ । ତେବେ ଗ୍ରାହକଙ୍କୁ ଏ ସମ୍ବନ୍ଧରେ ଇମେଲ ଜରିଆରେ ନୋଟିଫିକେସନ୍ ମିଳିପାରିବ । ତେଣୁ ଗ୍ରାହକଙ୍କୁ ସେମାନଙ୍କ ଇ-ମେଲ ଅପଡେଟ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ବ୍ୟାଙ୍କ ଆକାଉଣ୍ଟ ସହ ଇ-ମେଲ ଆକାଉଣ୍ଟ ଲିଙ୍କ କରିଥିବା HDFC ବ୍ୟାଙ୍କର ଗ୍ରାହକମାନେ SMS ଆଲର୍ଟ ପାଇବା ପାଇଁ ନିଜ ଇମେଲ ଆଇଡି ଅପଡେଟ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ ।

  • ପ୍ରଥମେ ବ୍ୟାଙ୍କର ଅଫିସିଆଲ ୱେବସାଇଟ https://www.hdfcbank.com/କୁ ଯାଆନ୍ତୁ
  • ଏହାପରେ Insta Service ଅପ୍ସନରେ କ୍ଲିକ କରନ୍ତୁ
  • ବର୍ତ୍ତମାନ ମେନ୍ୟୁକୁ ସ୍କ୍ରଲ ଡାଉନ୍ କରି Update Email ID ଅପ୍ସନ ସିଲେକ୍ଟ କରନ୍ତୁ
  • ଏହାପରେ Let’s Begin ଉପରେ ଟ୍ୟାପ୍ କରନ୍ତୁ
  • ଏବେ ବ୍ୟାଙ୍କ ସହ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଦିଅନ୍ତୁ
  • ଏହାପରେ DOB, PAN ଏବଂ Customer ID ଭେରିଫାଇ କରନ୍ତୁ
  • ବର୍ତ୍ତମାନ Get OTP ଉପରେ କ୍ଲିକ କରନ୍ତୁ
  • ବର୍ତ୍ତମାନ OTP ଦେଇ ଆଗକୁ ବଢନ୍ତୁ

Get real time updates directly on you device, subscribe now.