fbpx
BJD
BJD SKY
BJD SKY

ବିଦ୍ୟାଳୟରେ ଅଶ୍ଳୀଳ ନାଚ, ଭିଡିଓ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକ…

ଉତ୍ତରପ୍ରଦେଶ :ସ୍ୱାଧୀନତା ଦିବସ ରେ ଆମେ ଦେଶାତ୍ମକ ବୋଧକ ଗୀତ ଗାଉ କିନ୍ତୁ ଏକ ବିଦ୍ୟାଳୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀଙ୍କୁ ଡାକିବା ପାଇଁ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି। ଘଟଣାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସୋମବାର ଦିନ ଉତ୍ତର ପ୍ରଦେଶ ମହାରାଜଗଞ୍ଜର ପାଦୋଲି ପ୍ରାଥମିକ ବିଦ୍ୟାଳୟକୁ ଏକ ଅର୍କେଷ୍ଟ୍ରା ଦଳ ଡକାଯାଇଥିଲା ଯେଉଁଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏକ ଅଶ୍ଳୀଳ ନୃତ୍ୟ ଅନୁଷ୍ଠିତ ହୋଇଥିଲା।ଏକ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଏବଂ ଗ୍ରାମ ମୁଖ୍ୟଙ୍କ ଭୂମିକା ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି। ପ୍ରଧାନଶିକ୍ଷକ ହରିଦ୍ୱାର ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଗ୍ରାମ ମୁଖ୍ୟ ଅନିଲ ଯାଦବଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଭିଡିଓରେ ନୃତ୍ୟଶିଳ୍ପୀମାନେ ଛାତ୍ରଛାତ୍ରୀ ଙ୍କ ଓ ଶିକ୍ଷକଙ୍କ ସାମ୍ନାରେ ନାଚୁଥିବା ଦେଖିବାକୁ ମିଳିବ। ପରେ ୟୁନିଫର୍ମରେ ଥିବା କିଛି ସ୍ଥାନୀୟ ଲୋକ ଏବଂ ପିଲାମାନେ ମଧ୍ୟ ଏଥିରେ ଯୋଗଦେବାର ନଜର ଆସିଛନ୍ତି।ତେବେ ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏଭଳି ଘଟଣା ହେବା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶର ତାର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ହର ଘର ତ୍ରିରଙ୍ଗା ଅଭିଯାନ ଚଳାଇଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.