fbpx

ମଧ୍ୟାନ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ନେଇ ବିଧାନସଭା ହୁଲସ୍ତୁଲ, କାଠଗଡାରେ ସରକାର

Advertisement

ଭୁବନେଶ୍ୱର: ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର। ତେବେ ଗତକାଲି ଏକ ଘରୋଇ ଟିଭି ଚାନେଲରେ ମଧ୍ୟାନ୍ନ ଭୋଜନ ଦୁର୍ନୀତି ଖବର ପ୍ରସାରଣ ହେବ ପରେ ଆଜି ବିଧାନସଭାରେ ଏନେଇ ଝଡ ଉଠିଛି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ‘ଠିକାଦାର ମାନେ ବର୍ଷ ବର୍ଷ ଧରି ଏଭଳି ଦୁର୍ନୀତି କରୁଛନ୍ତି’। ଏହା ଉପରେ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଥିଲେ ତରାବାହିନୀ ପତି।

ସ୍କୁଲ ଗୁଡିକରେ ମଧ୍ୟାନ୍ନ ଭୋଜନ ପାଇଁ ୫୦ କିଲିଆ ବସ୍ତା ଆସିଥାଏ। କିନ୍ତୁ କେଉଁ ବସ୍ତରୀ ୨ କିଲୋ ତ କେଉଁଥିରୁ ତିନି କିଲୋ ଲେଖାଏଁ ଗାଏବ ହୋଇଯାଉଛି। ରାଜ୍ୟର ପ୍ରାୟ ସମସ୍ତ ସ୍କୁଲରେ ଓଜନ ମାପ ଯନ୍ତ୍ର ନଥିବାରୁ ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖିବା ସହିତ ଗଣତି କରି ଚାଉଳ ବସ୍ଥାକୁ ରଖୁଥିଲେ। ତେବେ ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ ଚାଉଳ ବସ୍ତା ଓଜନ ପରେ ଅସଲ କଥା ସାମ୍ନାକୁ ଆସିଛି। ସେହିପରି ଜୟପୁର ବ୍ଲକ୍ ଅନ୍ତର୍ଗତ ଡିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡଙ୍ଗରଛିଞ୍ଚି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ସରକାରୀ ତଥ୍ୟ ଅନୁଯାୟୀ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍‌କୁ ଦୁଇ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ ଦୁଇଟି ଠିକା ସଂସ୍ଥାକୁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଦାୟିତ୍ୱ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ଜିଲ୍ଲାରେ ଏତେ ବଡ ଦୁର୍ନୀତି ଚାଲିଥିବା ବେଳେ ପ୍ରଶାସନ କିପରି ଏହା ବିଷୟରେ ଜାଣିପାରିଲେଣି ନେଇ ପ୍ରଶ୍ନ ଉଠିଛି। ତେବେ ଏହି ବିଷୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚରାଯିବ, ଦରକାର ପଡ଼ିଲେ ନୋଟିସ୍ କରି ରିପୋର୍ଟ ମଗାଯିବ ଜୟପୁର ଉପଜିଲ୍ଲାପାଳ କହିଥିଲେ। ତେବେ ଆଜି ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି।

 

Get real time updates directly on you device, subscribe now.