fbpx

ଦେଶରେ ମେ ୩ଯାଏଁ ଲକ୍ ଡ଼ାଉନ

AAKASH

ନୂଆଦିଲ୍ଲୀ, ୧୪ା୪: କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍ ଡାଉନ ରହିବ । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଏନେଇ ଗାଇଡ଼ଲାଇନ ଜାରି ହେବ । ଏହାସହ ଏହି ଲକ୍ ଡାଉନ ସମୟରେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୨୦ଏପ୍ରିଲ ଯାଏଁ ସମସ୍ତ ଜିଲ୍ଲା ଓ ଥାନାୱାରୀ ସମୀକ୍ଷା କରାଯିବ । ଯେଉଁ ସ୍ଥାନରେ କିଛି ମାମଲା ସାମ୍ନାକୁ ନଆସିବ ସେଠାରେ ନିୟମ କୋହଳ କରାଯିବ । ନୂଆ ହଟସ୍ପଟ ଆମକୁ ଚ୍ୟାଲେଞ୍ଜ ଦେବ ବୋଲି ମୋଦି କହିଛନ୍ତି । ୨୦ଏପ୍ରିଲ ପରେ କିଛି ସ୍ଥାନରେ ସର୍ତ୍ତମୂଳକ କୋହଳ ଲାଗୁ ହେବ । କିଛି ସ୍ଥାନରେ ଗରିବ ଭାଇଭଉଣୀଙ୍କ ପାଇଁ ନିୟମକୁ କୋହଳ କରାଯିବ ବୋଲି ସେ କହିଛନ୍ତି ।
ଏହାସହ ସେ କହିଛନ୍ତି ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ପାଇଁ କିଛି ମାତ୍ରାରେ ସଫଳ ହୋଇଛି । ଲୋକେ ବହୁତ କଷ୍ଟ ସହି ଦେଶକୁ ବଞ୍ଚାଇଛନ୍ତି । ଲକଡାଉନରେ ଆପଣମାନେ ବହୁତ କଷ୍ଟ ପାଇଛନ୍ତି । ଲୋକଙ୍କ ଖାଇବା ପିଇବା, ଯାତାୟତରେ ଅସୁବିଧା ହୋଇଛି । ଏହାପରେ ମଧ୍ୟ ଦେଶବାସୀମାନେ ଲଢ଼ୁଆ ସିପାହୀଭଳି କରୋନା ସହ ଲଢ଼େଇ କରିଛନ୍ତି । ଦେଶର ଜନତା ଯେଭଳି ନିୟମ ପାଳିଛନ୍ତି ତାହା ପ୍ରେରଣାଦାୟୀ । ଆଜି ପୁରା ବିଶ୍ୱ କରୋନା ସହ ଲଢ଼େଇ କରୁଛି । କିନ୍ତୁ ଅନ୍ୟଦେଶ ତୁଳନାରେ ଭାରତର ପ୍ରୟାସ ଭଲ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.