fbpx
BSKY
BJD YOUTH SKY
BJD MS SKY

କରୋନା ଭାଇରସ୍: ଦେଶରେ ୨୪ଘଣ୍ଟାରେ ୩୧ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୪ା୪: ଦିନକୁ ଦିନ ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି କରୋନା ଭାଇରସ୍ । ଏହାରିମଧ୍ୟରେ ଭାରତରେ ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୩୬୩କୁ ବୃଦ୍ଧି ପାଇଛି । ବିଭିନ୍ନ ହସ୍ପିଟାଲରେ ୮ହଜାର ୯୮୮ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଦେଶରେ ଏଯାଏ ୧୦୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୩୯କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.