fbpx
BSKY SKY
BSKY SKY

ଭୁଲବଶତଃ ଦୋଷୀ ସାବ୍ୟସ୍ତ ହୋଇ ୩୧ ବର୍ଷ ଜେଲଦଣ୍ଡ ଭୋଗିଲେ US ବ୍ରଦର୍ସ, ଏବେ ପାଇଲେ ୭୫ ମିଲିୟନ ପୁରସ୍କାର

BSKY

ୱାଶିଂଟନ୍‌: ଉତ୍ତର କାରୋଲିନା ଫେଡେରାଲ ନାଗରିକ ଅଧିକାର ମାମଲାର ଏକ ଖଣ୍ଡପୀଠ ଦୁଇ ୟୁଏସ ବ୍ରଦର୍ସଙ୍କୁ ୭୫ ମିଲିୟନ ଡଲାର ପ୍ରଦାନ କରିଛି । କୁହାଯାଉଛି ଯେ, ସେମାନଙ୍କୁ ଭୁଲବଶତଃ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଦୁଇ ଆଫ୍ରିକୀୟ- ଆମେରିକୀୟ ହାଫ୍ ବ୍ରଦର୍ସ ଏକ ଅପରାଧ ପାଇଁ ଉତ୍ତର କାରୋଲିନାର ଜେଲରେ ୩୧ ବର୍ଷ ଦଣ୍ଡ ଭୋଗିଥିଲେ, ଯାହାକି ସେମାନେ କରିନଥିଲେ ।

ତେବେ ୧୯୮୩ ମସିହାରେ ହେନେରୀ ଲି ମ୍ୟାକକ୍ଲମ ଓ ତାଙ୍କ ଭାଇ ଲିଓନ ବ୍ରାଉନ ବୌଦ୍ଧିକ ଶକ୍ତିରେ ବିକଳାଙ୍ଗ ଥିବା ବେଳେ ସେମାନଙ୍କୁ ୧୧ ବର୍ଷୀୟ ବାଳିକାକୁ କଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଗିରଫ ସମୟରେ ତାଙ୍କୁ ୧୯ ଓ ୧୫ ବର୍ଷ ବୟସ ହୋଇଥିଲା ଓ ସ୍ୱୀକାରୋକ୍ତି ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ।

କିନ୍ତୁ ୨୦୧୪ ମସିହାରେ ଡିଏନଏ ପ୍ରମାଣ ମିଳିବା ପରେ ଦୋଷକୁ ରଦ୍ଦ କରାଯାଇଥିଲା । ସେଠାରେ ଅନ୍ୟ ଜଣେ ବ୍ୟକ୍ତି ରୋଜକୋ ଆର୍ଟିସକୁ ରଖାଯାଇଥିଲା । ଫଳରେ ନିର୍ଦ୍ଦୋଷ ଥିବା ୨ ବ୍ରଦର୍ସଙ୍କୁ ଏନେଇ ୭୫ ମିଲିୟନ ଡଲାର ପୁରସ୍କାରରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.