fbpx
BSKY
BJD MC SKY
BJD YOUTH SKY

ଆମେରିକୀୟ ଡ୍ରୋନ ଆକ୍ରମଣରେ ମରିଛନ୍ତି ନୀରିହ ନାଗରିକ; ନିନ୍ଦା କଲା ତାଲିବାନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ଡ୍ରୋନ ଆକ୍ରମଣକୁ କଡା ନିନ୍ଦା କରିଛି ତାଲିବାନ । ଆମେରିକୀୟ ଆକ୍ରମଣରେ ସାଧାରଣ ନୀରିହ ଲୋକ ପ୍ରାଣ ହରାଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ରବିବାର ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ଆଇଏସ ସୁଇସାଇଡ ବମ୍ବର ଲୁଚି ରହିଥିବା ସନ୍ଦେହରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ବିଦେଶୀ ମାଟିରେ ଆମେରିକୀୟ ଏୟାର ଷ୍ଟ୍ରାଇକ ସମ୍ପୂର୍ଣ୍ଣ ଅନୈତିକ ବୋଲି କହିଛି ତାଲିବାନ ।

ଆଫଗାନିସ୍ତାନ ମାଟିରେ ଯଦି କେହି ଆତଙ୍କୀ ଲୁଚି ରହିଥିଲା ତେବେ ଆମେରିକା ପ୍ରଥମେ ଆମକୁ ଜଣାଇବା ଉଚିତ ଥିଲା । ଏପରି ଅତର୍କିତ ଭାବରେ ଏୟାର ଷ୍ଟ୍ରାଇକ କରିବା ଦ୍ୱାରା ୭ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଥିଲା । ପେଣ୍ଟାଗନ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଥିବା ବେଳେ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.