fbpx

କୋଭାକ୍ସିନ୍‌ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା

Advertisement

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ନକରିବାକୁ ଆମେରିକା ନିଷ୍ପତ୍ତି ନେଇଛି । ଆମେରିକାର ଖାଦ୍ୟ ଏବଂ ପ୍ରଶାସନ (ଏଫଡିଏ) କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କୋଭାକ୍ସିନ ପାଇଁ ଆମେରିକାର ଅଂଶୀଦାର କମ୍ପାନୀ ଓକୁଗେନ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଓକୁଗେନ ପକ୍ଷରୁ କୁହାଯାଇଛି ଯେ ଏଫଡିଏ, କମ୍ପାନୀକୁ ଆଉ ଏକ ଅତିରିକ୍ତ ପରୀକ୍ଷା ଆରମ୍ଭ କରିବାକୁ କହିଛି, ଯାହା ଦ୍ୱାରା କମ୍ପାନୀ ବାୟୋଲୋଜିକାଲ ଲାଇସେନ୍ସ ଆବେଦନ କରିାରିବ ।

ଅନ୍ୟପକ୍ଷରେ, ଓକୁଗେନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶଙ୍କର ମୁସୁନିରି କହିଛନ୍ତି ଯେ, ଯଦିଓ ଏହା ଟିକାକରଣ ବିଳମ୍ବ କରିବ, ତଥାପି ଆମେ କୋଭାକ୍ସିନକୁ ଆମେରିକାରେ ଆଣିବାକୁ ସ୍ଥିର କରିଛୁ ।

Get real time updates directly on you device, subscribe now.