fbpx

ଛାତ୍ର ସହ ଶାରିରୀକ ସମ୍ପର୍କ ରଖିଲେ ଶିକ୍ଷୟିତ୍ରୀ, ପରିଣାମ କଣ ହେଲା ଜାଣନ୍ତୁ…

AAKASH

ଭୁବନେଶ୍ୱର: ଶିକ୍ଷୟିତ୍ରୀ ପାର୍ କଲେ ସବୁ ସୀମା । ଭୁଲିଗଲେ ସବୁ ନୀତି-ନୈତିକତା । ନିଜ ଛାତ୍ର ସହ ରଖିଲେ ଶାରୀରିକ ସମ୍ପର୍କ । ଆଉ ଏହା ତାଙ୍କୁ ଖୁବ୍ ମହଙ୍ଗା ପଡ଼ିଲା । ସବୁଠି ନିନ୍ଦା ଓ ଚର୍ଚ୍ଚାର କାରଣ ପାଲଟିଲେ । ତେବେ ପରବର୍ତ୍ତୀ ସମୟରେ ସେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି । କିନ୍ତୁ କୋର୍ଟ ତାଙ୍କୁ ଦେଇଛନ୍ତି ଯଥାର୍ଥ ଦଣ୍ଡାଦେଶ । ଏଭଳି ଅଭାବନୀୟ ଏକ ଘଟଣାକୁ ନେଇ ସବୁଠି ଚର୍ଚ୍ଚ। ।

ସୂଚନା ଅନୁସାରେ ନିଜର ପୂର୍ବତନ ଛାତ୍ର (୧୭ବର୍ଷ)ଙ୍କ ଶିକ୍ଷୟତ୍ରୀ ନିଜ ଘରେ ରଖିଥିଲେ ଗୁପ୍ତ ସମ୍ପର୍କ । ତେବେ ଘଟଣା ଲୁଚି ରହିନଥିଲା । ସେ ଶିକ୍ଷୟିତ୍ରୀ ଥିବା ସ୍କୁଲର ସହକର୍ମୀ ଓ ଅନ୍ୟ କର୍ମଚାରୀମାନେ ତାଙ୍କ ବିରୋଧରେ ଛାତ୍ରଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ୍ ତାଙ୍କୁ ଗିରଫ କରିନେଇଥିବା ଜଣାପଡ଼ିଛି । ଏଭଳି ଚର୍ଚ୍ଚିତ ଘଟଣା ଘଟିଛି ଆମେରିକାରେ । ଶିକ୍ଷୟତ୍ରୀଙ୍କ ନାଁ ହେଉଛି ଏବି ଡିବ୍ସ ଏବଂ ସେ ୱିସ୍କାନ୍ସିନ୍ ସହରରେ ରୁହନ୍ତି । ଡିବ୍ସ ସ୍ୱୀକାର କରିଛନ୍ତି ଯେ ଗତ ସପ୍ତାହରେ ସେମାନେ ଦୁଇଜଣ ପରସ୍ପରକୁ ଅନ୍ତରଙ୍ଗ ହେବା ନେଇ ଚର୍ଚ୍ଚା କରିଥିଲେ ଏବଂ ପରେ ସେମାନଙ୍କର ବହୁବାର ମିଳନ ଘଟିଥିଲା । ପୋଲିସ୍ କହିଛି ଯେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଏହି ଛାତ୍ରଙ୍କ ବ୍ୟତୀତ ଅନ୍ୟ କେହି ବିଦ୍ୟାର୍ଥୀ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଶୀକାର ହୋଇଛନ୍ତି କି ନାହିଁ ସେନେଇ ତନାଘନା କରାଯାଉଛି ।

ଅନ୍ୟପକ୍ଷରେ ଡେଲି ମେଲ୍ ରିପୋର୍ଟ ଅନୁସାରେ, ୧୭ ବର୍ଷୀୟ ସମ୍ପୃକ୍ତ ଛାତ୍ର ତଦନ୍ତକାରୀଙ୍କ ଆଗରେ ଶିକ୍ଷୟିତ୍ରୀଙ୍କ ସହ ସମ୍ବନ୍ଧ ରହିଥିବା ନେଇ ମାନିଛନ୍ତି । ଏଥିସହ ସେ ଡିବ୍ସଙ୍କୁ ସେ ପ୍ରେମ କରୁଥିବା କହିଛନ୍ତି । ଛାତ୍ରଙ୍କ ବୟସ କାରଣରୁ ନାମ ଗୋପନ ରଖାଯାଇଥିବାବେଳେ ତାଙ୍କ ମା’ ଏହି ଘଟଣା ସାମ୍ନାକୁ ଆଣିଥିବା ବ୍ୟକ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ସେପଟେ ପୋର୍ଟେଜ୍ କମ୍ୟୁନିଟି ସ୍କୁଲ୍ ଡିଷ୍ଟ୍ରିକ୍ଟ ପକ୍ଷରୁ କୁହାଯାଇଛି ଯେ ଏବି ଡିବ୍ସ ବର୍ତ୍ତମାନ ଉକ୍ତ ସ୍କୁଲରେ କାର୍ଯ୍ୟରତ ନାହାନ୍ତି । ତେବେ ସେ କେବେଠାରୁ ସ୍କୁଲ୍ରେ କାର୍ଯ୍ୟ କରୁନାହାନ୍ତି ତାହା କେହି ଅଧିକାରୀ ଜଣାଇନାହାନ୍ତି ।

Get real time updates directly on you device, subscribe now.