fbpx
BSKY
BJD SHG SKY
BJD YOUTH SKY

ଭାରତରେ ଲଞ୍ଚ ହେଲା realme X7 Max 5G

ନୂଆଦିଲ୍ଲୀ: ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ନୂତନ 5G ସ୍ମାର୍ଟଫୋନ realme X7 Max 5G କୁ ଆଜି ଭାରତରେ ଲଞ୍ଚ କରିଛି । realme X7 Max 5G ରେ ରହିଛି MediaTek Dimensity 1200 ପ୍ରୋସେସର ।

realme X7 Max 5G ରେ ରହିଛି 6.43 Inchର  Super Amoled Display ସହ 120 Hzର ରିଫ୍ରେଶ ରେଟ । ଏଥିରେ 360 Hzର Sampling ରେଟ ରହିଛି । ଏଥିରେ 1000 nits ପର୍ଯ୍ୟନ୍ତ ବ୍ରାଇଟନେସ ଦେଖିବାକୁ ମିଳିବ । ଫୋନରେ MediaTek Dimensity 1200 ରହିଛି । ଫୋଟୋଗ୍ରାଫୀ ଫୋନରେ ରହିଛି ଟ୍ରିପଲ ରିୟର କ୍ୟାମେରା ସେଟଅପ, ଯାହାର ପ୍ରାଇମେରୀ କ୍ୟାମେରା 64 MPର ଅଟେ ଯେଉଁଥିରେ Sony IMX682 ସେନ୍ସର ରହିଛି । ଏହା ସହ 8 MP Ultra Wide Angle କ୍ୟାମେରା ଏବଂ 2 MPର Macro କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ 16 MPର ଫ୍ରଣ୍ଟ କ୍ୟାମେରା ରହିଛି ।realme X7 Max 5G ରେ 4500 mAh ବ୍ୟାଟେରୀ ଏବଂ 50Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏଥିରେ IPX4 ରେଟିଂ ପ୍ରୋଟେକ୍ସନ ଦିଆଯାଇଛି । ଏଥିରେ Dolby Atmos ସାଉଣ୍ଡ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ ।

realme X7 Max 5G ର ଦାମ ୨୬,୯୯୯ରୁ ଆରମ୍ଭ । ଯାହା ଏହାର 8 GB ଏବଂ 128 GB ଭ୍ୟାରିଏଣ୍ଟର ଦାମ । ଏହା ସିଲ୍ଭର ଏବଂ ବ୍ଳାକ କଲରରେ ଦେଖିବାକୁ ମିଳିବ । ଏହାର 12GB ଏବଂ 256 GB ଭ୍ୟାରିଏଣ୍ଟର ଦାମ ୨୯,୯୯୯ ଟଙ୍କା ରହିଛି । ଏହି ଫୋନର ବିକ୍ରି ରିୟଲମି ୱେବସାଇଟ ଏବଂ ଫ୍ଲିପକାର୍ଟରେ ଜୁନ୍ ୪ ତାରିଖରେ ହେବ ।

Get real time updates directly on you device, subscribe now.