fbpx

ଛୋଟ ଛୁଆର ଯତ୍ନ ନେଉଛି ବିଲେଇ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଖାଲି ମଣିଷ ମାନେ ନୁହନ୍ତି ବରଂ ପଶୁ ମାନେ ମଧ୍ୟ ଖୁବ୍ ଦାୟିତ୍ୱବାନ୍ । କେଉଁ ସମୟରେ କଣ କରିବା ଦରକାର ବା କଣ ଠିକ୍, ସେମାନେ ଖୁବ୍ ଭଲ ଭାବରେ ବୁଝି ପାରନ୍ତି । ଆଉ ଯଦି କେତେବେଳେ ସେହିଭଳି କିଛି ପରିସ୍ଥିତି ଉପୁଜେ ତାହେଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦିଅନ୍ତି ପଶୁମାନେ । ତେବେ ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ କିପରି ଛୋଟ ଛୁଆଙ୍କର ଧ୍ୟାନ ରଖାଯାଇପାରିବ । ତାହା ଆପଣ ମାନେ ସ୍ପଷ୍ଟ ବୁଝିପାରିବେ । ଭାଇରାଲ୍ ହେଉଥିବା ଭିଡିଓରେ ଗୋଟିଏ ବିଲେଇ ଏବଂ ଗୋଟିଏ ଛୋଟ ଛୁଆର ଖୁବ୍ ସୁନ୍ଦର ସମ୍ପର୍କ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଉଚ୍ଚ ମହଲାର ବାଲକୋନିରେ ଗୋଟିଏ ଛୋଟ ଛୁଆ ଏବଂ ଗୋଟିଏ ପୋଷା ବିଲେଇ ରହିଛନ୍ତି । ଛୁଆଟି ବାରମ୍ବାର ବାଲକୋନିରେ ଲାଗିଥିବା ରଡ୍ କୁ ଭିଡିବା ସହିତ ତାକୁ ଧରିବା ପାଇଁ ଚେଷ୍ଟା କରୁଛି । ଏହି ସମୟରେ ବିଲେଇଟି ତାକୁ ସେପରି କରିବାକୁ ରୋକୁଛି ଏବଂ ରଡ୍ ରୁ ଛୁଆର ହାତକୁ ହଟାଇବାକୁ ଚେଷ୍ଟା କରୁଛି । ଆଉ ଶେଷରେ ବିଲେଇ ସଫଳ ହେଉଛି ମଧ୍ୟ । ତେବେ ବିଲେଇଟି ଶେଷରେ ରାଗି ମଧ୍ୟ ଯାଉଛି । କାରଣ ଛୁଆଟି ପୁଣିଥରେ ରଡ୍ କୁ ଧରିବାକୁ ଚେଷ୍ଟା କରୁଛି । ଆଉ ବିଲେଇଟି ବାଲକୋନିର ପାଶ୍ୱର୍ରେ ଚଢ଼ି ଛୁଆର ହାତକୁ ହଟାଉଛି । ଏହାକୁ ଦେଖି କେହି ଭାବୁକ ହୋଇଯିବେ ।

Get real time updates directly on you device, subscribe now.