fbpx

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ହେବେ ଭାରତୀୟ ବଂସୋଦ୍ଭବ ଅଜୟ ବାଙ୍ଗା

Advertisement

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହେବେ ଭାରତୀୟ ବଂସୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ମନୋନୀତ କରୁଛି ବୋଲି ରାଷ୍ଟ୍ରପତି ଜୋ ବିଡେନ ଗୁରୁବାର ଦିନ ଘୋଷଣା କରିଛନ୍ତି। ଏବଂ ଜଳବାୟୁ ପରିବର୍ତ୍ତନ ସମେତ ବିଶ୍ୱ ଚ୍ୟାଲେଞ୍ଜ ଉପରେ ତାଙ୍କ ଅଭିଜ୍ଞତା ବିଷୟରେ ବିଡେନ ଆଲୋକପାତ କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ନିଯୁକ୍ତ ଡେଭିଡ୍ ମାଲପାସ୍ ଜୁନ୍ ମାସରେ ବିଶ୍ୱ ବ୍ୟାଙ୍କର ସଭାପତି ପଦରୁ ଇସ୍ତଫା ଦେବାକୁ ଯୋଜନା ଘୋଷଣା କରିବାର କିଛି ଦିନ ପରେ ଏହି ଖବର ଆସିଛି। ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୪ ରେ ଶେଷ ହେବାର ଥିଲା। ବିଶ୍ୱ ବ୍ୟାଙ୍କର ସଭାପତି ସାଧାରଣତ ଆମେରିକୀୟ ହୋଇଥିବାବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପାରମ୍ପାରିକ ଭାବରେ ୟୁରୋପୀୟ ଅଟନ୍ତି।

୬୩ ବର୍ଷୀୟ ଅଜୟ ବାଙ୍ଗା ଭାରତୀୟ-ଆମେରିକୀୟ ଏବଂ ବର୍ତ୍ତମାନ ଇକ୍ୱିଟି ଫାର୍ମ ଜେନେରାଲ ଆଟଲାଣ୍ଟିକରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ମାଷ୍ଟରକାର୍ଡରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ଆମେରିକା ହେଉଛି ବିଶ୍ୱ ବ୍ୟାଙ୍କର ସବୁଠାରୁ ବଡ ଅଂଶୀଦାର। ତେଣୁକରି ଆମେରିକାର ଏଠାରେ ଜୋର ଚାଲିଥାଏ।

 

Get real time updates directly on you device, subscribe now.