fbpx

US Open 2023: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍, ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ: ନୋଭାକ ଜୋକୋଭିଚ୍ ରବିବାର ଡାନିଏଲ ମେଡଭେଡ୍‌ଙ୍କୁ ସିଧା ସେଟ୍‌ରେ ହରାଇ ନିଜର ଚତୁର୍ଥ ୟୁଏସ୍ ଓପନ ଏବଂ ରେକର୍ଡ ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ଏହା ସହିତ ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି । ବର୍ତ୍ତମାନ ସମୟରେ ନ୍ୟୁୟର୍କରେ ସବୁଠୁ ବୟସ୍କ ପୁରୁଷ ଚାମ୍ପିଅନ୍ ହେବା ପାଇଁ ଜୋକୋଭିକ୍‌(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟ୍‌ରେ ଜିତିଥିଲେ ଏବଂ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତି ମାର୍ଗେଟ୍ କୋର୍ଟଙ୍କର ସର୍ବକାଳୀନ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଜୋକୋଭିଚ୍ ଗୋଟିଏ ସିଜନ୍‌ରେ ଚାରିଥର ତିନୋଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି ।

ମେଡଭେଡ୍ ୨୦୨୧ରେ ଫାଇନାଲରେ ଜୋକୋଭିଚ୍‌ଙ୍କୁ ସିଧା ସେଟ୍‌ରେ ହରାଇ ସର୍ବିଆର ଏହି ଖେଳାଳିଙ୍କୁ ୧୯୬୯ ରେ ରଡ୍ ଲେବରଙ୍କ ପରେ ଗୋଟିଏ ବର୍ଷରେ ସମସ୍ତ ଚାରି ଗ୍ରାଣ୍ଡସ୍ଲାମ ଜିତିବା ରେକର୍ଡରୁ ଦୁରେଇ ରଖିଥିଲେ । ଜୋକୋଭୀଚ୍ ସେହି ମୁହୁର୍ତ୍ତରେ ପରାଜିତ ଅନୁଭବ କରିଥିଲେ କିନ୍ତୁ ରବିବାର ଯେତେବେଳେ ସେ ଚାମ୍ପିୟନସିପ୍ ମ୍ୟାଚ୍‌ରେ ଲିଡ୍ ନେଲେ ସେ ସମୟରେ ମଧ୍ୟ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ ।

ମେଡଭେଡ୍ ସେମିଫାଇନାଲରେ ୧୦ ରୁ ୧୨ ପ୍ରଦର୍ଶନ ସହିତ ଗତବର୍ଷର ଚାମ୍ପିୟନ କାର୍ଲୋସ୍ ଅଲକରାଜଙ୍କୁ ପରାସ୍ତ କରିଥିଲେ । କିନ୍ତୁ ସେ ଲଗାତାର ଜୋକୋଭିଚ୍‌ଙ୍କ ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲେ ।

 

Get real time updates directly on you device, subscribe now.