fbpx
BJD SKY
BJD SKY

ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ ହେବ: ଡିସେମ୍ବର ସୁଦ୍ଧା ସରିବ କାର୍ଯ୍ୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଗମନାଗମନ, ଡିଜିଟାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ କ୍ଷେତ୍ର ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ଉନ୍ନତି ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରାଯାଉଛି । ତେବେ ଏଣିକି ଲୋକସଭା ଭବନ ସହ ଜନପ୍ରତିନିଧିମାନେ ସିଧାସଳଖ ଯୋଡ଼ି ହେବେ । ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହିତ ପଞ୍ଚାୟତିରାଜ ବିଭାଗ ଅଧିନରେ ରହିଥିବା ସମସ୍ତ ବିଭାଗର ପ୍ରୋଗ୍ରାମକୁ ନେଇ ଏକ ଡାଟା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ପକ୍ଷରୁ ଏହି ପ୍ରକଳ୍ପ କରାଯିବା ସହିତ ଜିଲ୍ଲା ଓ ବିଭାଗର ମୁଖ୍ୟ ଦପ୍ତର ସହିତ ଅନ୍ୟ ବିଭାଗ ଯୋଡ଼ିହେବ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୫ ପ୍ରତିଶତ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସଂଯୋଗ ସରିଥିବା ଭାରତ ସରକାରଙ୍କ ସୂର ସଞ୍ଚାର ବିଭାଗର ତଥ୍ୟରୁ ଜଣାପଡ଼ିଛି ।

ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପଞ୍ଚାୟତ ଆଗକୁ ଆସିବ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ସିଧାସଳଖ ଭାବେ ଲୋକସେବା ଭବନ ସହ ଆଲୋଚନା କରିପାରିବେ । ଏଥିସହିତ ସେମାନେ ନିଜ ନିଜର ମତାମତ ମଧ୍ୟ ଦେଇ ପାରିବେ । ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବହୁ ତଥ୍ୟ ପଞ୍ଚାୟତିରାଜ ବିଭାଗ ନିକଟରେ ରହିଥିବା ବେଳେ ତ।।କୁ ଡିଜିଟାଇଜେସନ କରିବାକୁ ପଦକ୍ଷେପ ନିଆଯାଇଛି । ଗ୍ରାମାଞ୍ଚଳ ବାସଗୃହ ଯୋଜନାରେ ପାଖାପାଖି ୧ ଲକ୍ଷ ତଥ୍ୟ ରହିଛି । ଭୁବନେଶ୍ୱର ସ୍ଥିତ ଓକାକର ମୁଖ୍ୟ କାର୍ଯ୍ୟାଳୟରେ ଡାଟା କେନ୍ଦ୍ର ପ୍ରତିଷ୍ଠା କରାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟର ପ୍ରତି ପଞ୍ଚାୟତରେ ହାଇସ୍ପିଡ ଇଣ୍ଟରନେଟ ସେବା ପହଞ୍ଚିବା ପାଇଁ ଓପିଟିସିଏଲ, ବିଏସଏନଏଲ ଓ ଓକାକ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏନେଇ ଗତ ମେ ମାସରେ ସୂଚନା ମିଳିଥିଲା ।

Get real time updates directly on you device, subscribe now.