fbpx

(Video) ଷ୍ଟେଜକୁ ଯାଇ ସବୁ ଭୁଲିଗଲେ ରାଷ୍ଟ୍ରପତି: ଓହ୍ଲାଇବା କଥା ବି ମନେ ପଡ଼ିଲାନି…

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ସାର୍ବଜନିକ ମଞ୍ଚରେ ଲଜ୍ଜିତ ହୋଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମ ସମୟରେ ମଞ୍ଚ ଉପରେ ନିଜ ଭାଷଣ ଶେଷ କରିବା ପରେ ସେ ହଡ଼ବଡ଼େଇ ଯିବାର ଦେଖାଯାଇଥିଲା ଏବଂ ମଞ୍ଚରୁ ଓହ୍ଲାଇବାକୁ ଭୁଲିଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ପ୍ରଥମ ଥର ନୁହେଁ ଯେତେବେଳେ ବାଇଡେନ୍ ଏମିତି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତ ପାଞ୍ଚ ମାସରେ ଦ୍ୱିତୀୟ ଥର ନିଜ ଅଜବ ହରକତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗ୍ଲୋବାଲ ଫଣ୍ଡର ୭ ମ ସମ୍ମିଳନୀକୁ ସମ୍ବୋନ୍ଧିତ କରିବା ପରେ ଯେତେବେଳେ ସେ ମଞ୍ଚ ଛାଡ଼ିବାକୁ ଲାଗିଥିଲେ । ସେତେବେଳେ ସେ ହଠାତ୍ ଅଟକି ଯାଇଥିଲେ ଏବଂ କିଛି ସମୟ ପାଇଁ ସେହଭଳି ଅଟକି ରହିଥିଲେ । ଭାଇରାଲ ଭିଡିଓରୁ ଏଭଳି ଲାଗୁଛି ଯେପରି ସେ କିଛି ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ।

ପ୍ରକୃତରେ ଗ୍ଲୋବାଲ ଫଣ୍ଡ୍ ର ସପ୍ତମ ସମ୍ମିଳନୀ ଅବସରରେ ଏଭଳ ଘଟିଥିଲା । ଏହି କାର୍ଯ୍ୟକ୍ରମ ଏଡ୍ସ, ଟିବି ଏବଂ ମ୍ୟାଲେରିଆ ସହ ଲଢ଼ିବା ପାଇଁ ଫଣ୍ଡ୍ ଏକତ୍ର କରିବା ପାଇଁ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୪.୨୫ କୋଟି ଡଲାର ଏକାଠି ହୋଇଥିଲା ।

ଏହା ପୂର୍ବରୁ ମଧ୍ୟ ବାଇଡେନ୍ ଏହି ଭଳି ହରକତ କୁ ନେଇ ଚର୍ଚ୍ଚାରେ ରହିଥିଲେ । ଚଳିତ ବର୍ଷ ଉତ୍ତର କ୍ୟାରୋଲିନାରେର ପେନ୍ସିଲଭେନିଆ ୟୁନିଭର୍ସିଟିରେ ଭାଷଣ ଦେବା ପରେ ବାଇଡେନ ପଛକୁ ବୁଲିଥିଲେ ଏବଂ ଏକାକୀ ଶୂନ୍ୟରେ ହାତ ମିଳାଉଥିଲେ । ଯେତେବେଳେକି ତାଙ୍କ ସହ ସେତେବେଳେ ମଞ୍ଚରେ ଅନ୍ୟ କେହି ନଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 

Get real time updates directly on you device, subscribe now.