fbpx
BSKY
BJD MC SKY
BJD YOUTH SKY

ମିସାଇଲ୍ ମାଡ ଜାରି ରହିଥିବା ବେଳେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ବାଇଡେନ୍‌, ଆଶଙ୍କାରେ ଆମେରିକା ସହ ସାରା ବିଶ୍ୱ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବୀ କରାଯାଉଛି କି ଜୋ ବାଇଡେନ୍ ବଡ ଧରଣର ଶାରୀରିକ କ୍ଷତିର ସାମ୍ନା କରିପାରନ୍ତି । ୱାଶିଂଟନ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି କି ବାଇଡେନ୍ ଯେଉଁ ଅଞ୍ଚଳକୁ ଗସ୍ତ କରୁଛନ୍ତି ସେଠାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଅପ୍ରତ୍ୟାଶିତ ଯୁଦ୍ଧ ଜାରି ରହିଛି । କେଉଁ ଦିଗରୁ ବି ମିସାଇଲ ଓ ବମ୍‌ରେ ଆକ୍ରମଣ ହେଉଛି । ଏପରି ସ୍ଥିତିରେ ବାଇଡେନଙ୍କୁ ଶାରୀରିକ କ୍ଷତିର ସାମ୍ନା କରିବାବୁ ପଡିପାରେ । ଆମେରିକାର କେତେକ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ବାଇଡେନ୍ ଯେଉଁ ଅଞ୍ଚଳକୁ ଗସ୍ତ କରୁଛନ୍ତି ସେଠାରେ ଏବେ ସ୍ଥିତି ବହୁତ ଖରାପ ରହିଛି ଓ ଅପ୍ରତ୍ୟାଶିତ ଯୁଦ୍ଧ ଜାରି ରହିଛି । ଏପରି ସ୍ଥିତିରେ ବାଇଡେନ୍‌ଙ୍କ ପ୍ରତି ବିପଦ ରହିଛି ବୋଲି କୁହାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଜୋ ବାଇଡେନ୍ ହେଉଛନ୍ତି ଏପରି ନେତା ଯିଏ କି ସବୁଠାରୁ ଅଧିକ ସୁରକ୍ଷାରେ ରହିଥାନ୍ତି । ଏହା ବ୍ୟତିତ ତାଙ୍କ ବିମାନ ଏୟାରଫୋର୍ସ ୱାନରେ ମଧ୍ୟ ବହୁ ଆଧୁନିକ ଟେକନିକ୍ ୍‌ରହିଛି । ଏଥିରେ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ରହିଛି । ଅର୍ଥାତ୍ ତାଙ୍କ ବିମାନ ଉପରେ କୌଣସି ମିସାଇଲ କିମ୍ବା ରକେଟ୍ ଆକ୍ରମଣ ହେଲେ କୌଣସି କ୍ଷତି ହୋଇ ନ ଥାଏ । ମଧ୍ୟପ୍ରାଚ୍ୟ ସୁରକ୍ଷା ଓ ପ୍ରତିରକ୍ଷା ପ୍ରୋଗ୍ରାମ ନିର୍ଦ୍ଦେଶକ ବିଲାଲ ସାବ କହିଛନ୍ତି ଏୟାରଫୋର୍ସ ୱାନ୍ ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ । ଏହାକୌଣସି ବି ପ୍ରକାର ମିସାଇଲ ଓ ରକେଟ୍ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାକୁ ସକ୍ଷମ । ତଥାପି ବାଇଡେନ୍ କୌଣସି ପ୍ରକାର ବିପଦ ସାମ୍ନା କରିବା କିମ୍ବା ତାଙ୍କୁ ଟାର୍ଗେଟ କରାଯିବା ଏକ ବଡ କଥା । ଯଦି ଏପରି ହେବ ତେବେ ବିଶ୍ୱ ଏକ ଭୟଙ୍କର ଯୁଦ୍ଧର ସାମ୍ନା କରିବ ବୋଲି ସେ କହିଛନ୍ତି ।

ହମାସର ରକେଟ୍ ଇସ୍ରାଏଲ ରାଜଧାନୀ ତେଲ ଆଭିଭ୍ ପର୍ଯ୍ୟନ୍ତ ଟାର୍ଗେଟ କରିଥିବା ବେଳେ ବାଇଡେନ୍ ମଧ୍ୟ ତେଲ ଆଭିଭ୍‌ରେ ପହଞ୍ଚିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.