fbpx
BJD SKY
BJD SKY

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ସାମରିକ ଜାହାଜ ପଠାଇଲା ଆମେରିକା, ସଂଘର୍ଷ ଜାରି ରହିଥିବା ବେଳେ ଇସ୍ରାଏଲର ନିକଟତର ହେଲା ବିମାନ

BJD

ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ହାମାସର ଏହି ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଘୋଷଣା କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କହିଛନ୍ତି ଯେ ଇସ୍ରାଏଲକୁ ସାମରିକ ସହାୟତା ଜାରି ରହିବ ଏବଂ ଆଗାମୀ ଦିନରେ ଅଧିକ ସହାୟତା ଆସିବ । ଏହାରି ମଧ୍ୟରେ ସମର୍ଥନ ପ୍ରଦର୍ଶନ ପାଇଁ ଆମେରିକା ଏକାଧିକ ସାମରିକ ଜାହାଜ ଏବଂ ବିମାନ ଇସ୍ରାଏଲର ନିକଟତର ହେବ ବୋଲି ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ହାମାସର ମାରାତ୍ମକ ଆକ୍ରମଣ ଇସ୍ରାଏଲ୍-ସାଉଦି ଆରବ ସମ୍ପର୍କର ସ୍ୱାଭାବିକତାକୁ ବାଧା ଦେବା ପାଇଁ ହୋଇଥାଇପାରେ ।

ଅଷ୍ଟିନ ଏକ ବୟାନରେ କହିଛନ୍ତି ଯେ, ସେ ୟୁଏସଏସ ଜେରାଲ୍ଡ ଆର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପକୁ ଇସ୍ରାଏଲର ନିକଟବର୍ତ୍ତୀ ପୂର୍ବ ଭୂମଧ୍ୟସାଗରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫୋର୍ସରେ କ୍ୟାରିଅର, ଏକ ଗାଇଡ୍ ମିସାଇଲ୍ କ୍ରୁଜର ଏବଂ ଚାରୋଟି ଗାଇଡ୍ ମିସାଇଲ୍ ବିଧ୍ୱଂସକ ସାମିଲ ରହିଛି ।

ଅଷ୍ଟିନ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ମଧ୍ୟ ବାୟୁସେନା ଏଫ-୩୫, ଏଫ-୧୫, ଏଫ-୧୬, ଏବଂ ଏ-୧୦ ଯୁଦ୍ଧ ବିମାନ ସ୍କ୍ୱାଡ୍ରନ୍ ବୃଦ୍ଧି ପାଇଁ ପଦକ୍ଷେପ ନେଇଛି । ସେ କହିଛନ୍ତି ଯେ, ଆମେରିକା ମଧ୍ୟ ଇସ୍ରାଏଲକୁ ଗୁଳି ଯୋଗାଇବ ।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କହିଛନ୍ତି ଯେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପାଇଁ ଅତିରିକ୍ତ ସହାୟତା ଇସ୍ରାଏଲ୍ ଅଭିମୁଖେ ଯାଉଛି ଏବଂ ଆଗାମୀ ଦିନରେ ଏହା ଆହୁରି ଅଧିକ ମିଳିବ । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ଇସ୍ରାଏଲ୍ ରାଷ୍ଟ୍ରପତି ଇସାକ୍ ହେର୍ଜୋଗଙ୍କୁ କଲ କରିଥିଲେ ।

ସୂଚନା ମୁତାବକ, ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲର ଅନେକ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ହମାସ ନିୟନ୍ତ୍ରିତ ଗାଜାରେ ଇସ୍ରାଏଲ ବାୟୁସେନା ଆକ୍ରମଣ ଜାରି ରହିଛି।

ଯୁଦ୍ଧ ଘୋଷଣା ପରଠାରୁ ଇସ୍ରାଏଲ ବିମାନ ଗାଜା ଅଞ୍ଚଳରେ ୪୨୬ଟି ଟାର୍ଗେଟକୁ ଧ୍ୱଂସ କରିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଇସ୍ରାଏଲ ନାଗରିକଙକ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୫୭ ଜଣ ସୈନିକ ଏବଂ ୩୪ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୨୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ହମାସ ଆକ୍ରମଣରେ ଦଶ ନେପାଳୀ, ଚାରି ଜଣ ଆମେରିକୀୟ, ଦୁଇ ୟୁକ୍ରେନ, ଜଣେ ବ୍ରିଟିଶ ଏବଂ ଜଣେ ଫରାସୀ ନାଗରିକ ମଧ୍ୟ ନିହତ ହୋଇଛନ୍ତି। ଜର୍ମାନ ନାଗରିକଙ୍କୁ ହତ୍ୟା କରାଯିବା ସହ ଆମେରିକୀୟ ନାଗରିକଙ୍କୁ ବନ୍ଧକ କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି। ଇସ୍ରାଏଲର ପାଲଟା ଆକ୍ରମଣରେ ୪୧୩ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨୩୦୦ରୁ ଅଧିକ ଆହତ ହୋଇଛନ୍ତି।

Get real time updates directly on you device, subscribe now.