fbpx

ଫିଙ୍ଗି ନ ଦେଇ କରନ୍ତୁ ଏପରି ବ୍ୟବହାର, କୀଟପୋକ ହଟାଇବା ଠାରୁ ତ୍ୱଚା ଚମକାଇବା ପର୍ଯ୍ୟନ୍ତ ବହୁ କାମରେ ଆସିଥାଏ ଅଣ୍ଡା ଖୋଳପା

ଆମେ ସମସ୍ତେ ଫଳ ଓ ପନିପରିବା ଚୋପାକୁ ଫିଙ୍ଗି ଦେଇଥାଉ । ଏହା ବ୍ୟତିତ ଅନ୍ୟାନ୍ୟ ବିଭିନ୍ନ ଖାଦ୍ୟପଦାର୍ଥରୁ ବି ଖୋଳପା ଛଡାଇ ତାହାକୁ ଫିଙ୍ଗି ଦେଇଥାଉ । ଏହି ତାଲିକାରେ ସାମିଲ ଅଣ୍ଡାଖୋଳପା । ଅଣ୍ଡା ଖୋଳପାକୁ ଆମେ ସମସ୍ତେ ଫିଙ୍ଗି ଦେଇଥାଉ । କିନ୍ତୁ ଏହି ଅଣ୍ଡା ଖୋଳପାର ବି ବହୁ ଫାଇଦା ରହିଛି ଯାହା ଆମେ ସମସ୍ତେ ଜାଣି ନ ଥାଉ । ବିଭିନ୍ନ ଉପାୟରେ ଆମେ ଏହି ଅଣ୍ଡା ଖୋଳପାର ବ୍ୟବହାର କରିପାରିବା । ଏହି କ୍ରମରେ ଆସନ୍ତୁ ଜାଣିବା ଅଣ୍ଡା ଖୋଳପାକୁ ଆମେ କିପରି ବ୍ୟବହାର କରିପାରିବା ।
୧-ବର୍ଷାଦିନେ ଘରେ ବିଭିନ୍ନ ପ୍ରକାର କୀଟପୋକ ଦେଖାଯାଆନ୍ତି । ଏହି କୀଟପୋକଙ୍କୁ ଘରୁ ବାହାର କରିବା ଲାଗିଅଣ୍ଡା ଖୋଳପାର ବ୍ୟବହାର କରନ୍ତୁ । ଅଣ୍ଡା ଖୋଳପାକୁ ଭାଙ୍ଗି ସେସବୁକୁ ପୋକ ହେଉଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ପୋକ ସବୁ ଚାଲିଯିବେ ।
୨-ଗଛ ମୂଳେ ଅଣ୍ଡା ଖୋଳପା ଗୁଣ୍ଡ କରି ଦିଅନ୍ତୁ । ଏହା ଦ୍ୱାରା ମାଟିକୁ କ୍ୟାଲସିୟମ ଓ ପୋଷକ ତତ୍ତ୍ୱ ପରି ଖଣିଜ ମିଳିବ । ଖତ ପରି ବି ଆପଣ ଅଣ୍ଡା ଖୋଳପାକୁ ବ୍ୟବହାର କରିପାରିବେ ।
୩-ତ୍ୱଚାର ଯତ୍ନରେ ବି ଆପଣ ଏହି ଅଣ୍ଡା ଖୋଳପାକୁ ବ୍ୟବହାର କରିପାରିବେ । ଅଣ୍ଡା ଖୋଳପାକୁ ଭଲ ଭାବେ ଗୁଣ୍ଡ କରି ସେଥିରେ ମହୁ ମିଶାନ୍ତୁ ଓ ସ୍କ୍ରବ ପରି ତାହାକୁ ମୁହଁରେ କିଛି ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହାପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
୪-ଅଣ୍ଡା ଖୋଳପାରେ ଫେସପ୍ୟାକ ବି ପ୍ରସ୍ତୁତ କରିପାରିବେ । ଅଣ୍ଡା ଖୋଳପାକୁ ଭଲ ଭାବରେ ଗୁଣ୍ଡ କରି ଦହି ସହ ମିଶାଇ ମୁହଁରେ ଲଗାନ୍ତୁ ।
୫-ହଳଦିଆ ଦାନ୍ତକୁ ଧଳା କରିବାରେ ବି ଅଣ୍ଡା ଖୋଳପା ସହାୟକ ହୋଇଥାଏ । ଅଣ୍ଡା ଖୋଳପାକୁ ଗୁଣ୍ଡ କରି ଏଥିରେ ବେକିଂ ସୋଡା ଓ ନଡିଆ ତେଲ ମିଶାଇ ଦାନ୍ତରେ ଘସନ୍ତୁ । ଦାନ୍ତ ଚମକିବାରେ ଲାଗିବ ।
୬-ମଇଳା ବାସନ ସଫା କରିବାରେ ବି ଅଣ୍ଡାଖୋଳ କାମରେ ଆସିଥାଏ । ଯଦି ଆପଣଙ୍କ ବାସନ ପୋଡି ଯାଇଛି କିମ୍ବା ତେଲ ମସଲା ଦାଗ ଛାଡୁନାହିଁ ତେବେ ଅଣ୍ଡା ଖୋଳପାକୁ ଭାଙ୍ଗି ଏହି ମଇଳା ବାସନରେ ରଖନ୍ତୁ । ଏହାପରେ ସେଥିରେ କିଛି ଗରମ ପାଣି ଓ ବାସନ ସଫା ସାବୁନ ମିଶାଇ ଦିଅନ୍ତୁ । କିଛି ସମୟ ପର୍ଯ୍ୟନ୍ତ ଏପରି ରଖିବା ପରେ ବାସନକୁ ଘସିକରି ମାଜି ଦିଅନ୍ତୁ । ଦେଖିବେ ବାସନ ଚମକିବ ।

Get real time updates directly on you device, subscribe now.