fbpx

କେରଳ ଉଥ୍ରା ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତ ସ୍ୱାମୀ ଦେଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କେରଳରେ ୨୫ ବର୍ଷୀୟ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ମାମଲାରେ ମହିଳାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ । ଅଭିଯୁକ୍ତ ସ୍ୱାମୀକୁ ବୁଧବାର ଦଣ୍ଡ ଶୁଣାଣିହେବ । ପ୍ରକୃତରେ ଅଭିଯୁକ୍ତ ସ୍ୱାମୀ ଶୋଇଥିବା ସମୟରେ ନିଜ ପତ୍ନୀଙ୍କୁ ସାପ କାମୁଡ଼ାଇ ହତ୍ୟା କରିଥିଲା ।

ସୂଚନାଯୋଗ୍ୟ, ଗତବର୍ଷ ମେ ୭ ତାରିଖରେ ମୃତ ମହିଳା ଉଥ୍ରା ଘରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପୋଷ୍ଟମଟମ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କର ମୃତ୍ୟୁ ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଥିଲା । ଏହାପରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ ଏବଂ ରିକଭରି ପାଇଁ ବାପ ଘରକୁ ଯାଇଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ୍ ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲା ଓ ସେ ନିଜର ଦୋଷ ସ୍ୱୀକାର କରିଥିଲେ । ସେ ମାନିଥିଲେ ଯେ, ସୁରେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାପ ଦେଇଥିଲେ । ଏହାପୂର୍ବରୁ ସେ ସାପ ମାନଙ୍କ ଉପରେ ଇଣ୍ଟରନେଟ୍ ରେ ରିସର୍ଚ୍ଚ ବି କରିଥିଲେ । ସେ ଯେକୌଣସି ପ୍ରକାରେ ନିଜ ସ୍ତ୍ରୀ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ । ଅନ୍ୟପଟେ ସୁରଜଙ୍କ ଘର ଲୋକଙ୍କ ଉପରେ ବି ଘରୋଇ ହିଂସା ଅଭିଯୋଗ ରହିଛି । ଆଉ ଏହି ମାମଲାରେ ପୋଲିସ ତାଙ୍କ ସ୍ୱାମୀ ସୁରଜଙ୍କୁ ଗିରଫ କରିଥିଲା । ପୋଲିସ ସୁରଜକୁ ଗରଫ କରିବା ସହ ସିନ୍ ରିକ୍ରିଏଟ ମଧ୍ୟ କରିଥିଲା ।

Get real time updates directly on you device, subscribe now.