fbpx

Eliminator-୧: ନାରିନଙ୍କୁ ୪ ୱିକେଟ୍;୧୩୮ରେ ସୀମିତ ଆରସିବି

ନୂଆଦିଲ୍ଲୀ: ଆଇପିଏଲର ଏଲିମିନେଟର-୧ରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୩୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଭଲ ଆରମ୍ଭ ପାଇଥିଲେ ହେଁ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୩୮ ରନ କରିଥିଲା । ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୯ ରନ କରିଥିବା ବେଳେ ସୁନୀଲ ନାରିନ ୪ ୱିକେଟ ନେଇ ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ଦୁଇ ଓପ୍ନର ଭଲ ଆରମ୍ଭ ପାଇଥିଲେ । ଦେବଦତ୍ତ ପାଡିକଲ(୨୧) ଓ କୋହଲି (୩୯) ପ୍ରଥମ ୱିକେଟରେ ୪୯ ରନ ଯୋଡିଥିଲେ । ପାଡିକଲଙ୍କ ୱିକେଟ ପତନ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରି ପାରିନଥିଲେ । କୋହଲି ୩୩ ବଲ ଖେଳି ୫ ଚୌକା ସହିତ ୩୯ ରନ କରି ନାରିନଙ୍କ ଶିକାର ହୋଇଥିଲେ । ଗ୍ଲେନ ମ୍ୟାକ୍ସୱେଲ(୧୫), ଡିଭିଲିୟର୍ସ(୧୧) ଓ ଶାହବାଜ ଅହମଦ(୧୩) ପ୍ରମୁଖ ଭଲ ପ୍ରାରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୮ ରନ କରିଥିଲା । ନାରିନ ମାତ୍ର ୨୧ ରନ ବ୍ୟୟରେ ୪ଟି ଏବଂ ଲୋକି ଫର୍ଗୁସନ ୩୦ ରନରେ ଦୁଇଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.