fbpx

ପୁଣି ଫେରିଲା ନାଇଟ କର୍ଫ୍ୟୁ, ସକାଳ ୫ ଟା ଯାଏଁ ରହିବ ବଳବତ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ହେଁ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଗାଇଡଲାଇନ କଡାକଡି ଭାବରେ ମାନିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି । ପାର୍ବଣରେ କିପରି କରୋନା ସଂକ୍ରମଣ ବୃଦ୍ଧି ନପାଇବ ସେଥିପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ୧୦ଟାରୁ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।

ତେବେ ଦଶହରାରେ କୋଭିଡ ସଂକ୍ରମଣକୁ ନେଇ ଟ୍ୱିନ ସ୍ୱିଟିରେ ନାଇଟ କର୍ଫ୍ୟୁକୁ ଅଧିକ କଡାକଡା କରାଯାଇଛି । ଟ୍ୱିନସିଟିରେ ରାତି ୮ଟାରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଲାଗୁରହିବ ନାଇଟ କର୍ଫ୍ୟୁ । କଟକ ଓ ଭୁବନେଶ୍ୱରରେ କମିଶନରେଟ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚେକିଂ ଜାରି ରଖିଛି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ କୌଣସି ପ୍ରକାର ଚଳାଚଳ ଉପରେ ଲାଗୁ ହେବ କଟକଣା ।

Get real time updates directly on you device, subscribe now.