fbpx
BSKY
BJD YOUTH SKY
BJD MS SKY

ଦ୍ୱିତୀୟ ବିବାହ କଲେ ଅଭିନେତା; ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ

ଭୁବନେଶ୍ୱର: ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା ନେଇ ଅଭିଯୋଗ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିନେତା ହରିଶ ଖଣ୍ଡେୱାଲଙ୍କ ପତ୍ନୀ ଶୁଭଶ୍ରୀ । ସୋମବାର ଶୁଭଶ୍ରୀ ଏନେଇ ଓଡ଼ିଶା ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଶୁଭଶ୍ରୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ତାଙ୍କୁ ହରିଶ ଧୋକା ଦେଇଛନ୍ତି । ୧୪ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି କିନ୍ତୁ କିଛି ବର୍ଷ ପରେ ଉଭୟଙ୍କର ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । ତାଙ୍କ ସ୍ୱାମୀ ଅନ୍ୟ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ଯାହା ଅପରାଧ ଅଟେ । ତାଙ୍କୁ ଛାଡ଼ପତ୍ର ନ ଦେଇ ଅନ୍ୟ ଜଣଙ୍କୁ ବାହା ହେଲେ କିପରି? ଏହି ଘଟଣାରେ ନ୍ୟାୟ ଦାବି କରିଛନ୍ତି ଶୁଭଶ୍ରୀ । ସେପଟେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ କିପରି ଦ୍ୱିତୀୟ ବିବାହ କଲେ ତାହା ତଦନ୍ତ କରାଯିବା ସହିତ ଶୁଭଶ୍ରୀଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଅଭିନେତ୍ରୀ ତଥା ସମାଜସେବୀ ସୋନାଲି ମିଶ୍ର ।

Get real time updates directly on you device, subscribe now.