fbpx

ଆର୍ଯ୍ୟନ ଖାନ୍ ଡ୍ରଗ୍ସ ସେବନ ମାମଲା: ମୁଫତିଙ୍କ ନାମରେ ରୁଜୁ ହେଲା ମାମଲା

AAKASH

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସେବନ ମାମଲାକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଆର୍ଯ୍ୟନ୍ ମୁସଲିମ ବୋଲି ତାଙ୍କୁ ଡ୍ରଗ୍ସ ସେବନ ମାମଲାରେ ଫସାଇ ଦିଆଯାଇଥିବା ନେଇ ମୁଫତି ବୟାନ ଦେଇଥିଲେ । ମୁଫତିଙ୍କ ଏହି ବୟାନକୁ ନେଇ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ମୁଫତିଙ୍କ ଏହି ବୟାନକୁ ନେଇ ଦିଲ୍ଲୀର ଜଣେ ଓକିଲ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ପିଡିପି ନେତ୍ରୀ ମୁଫତି ଏଭଳି ବିବାଦୀୟ ବୟାନ ଦେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ୪ ଜଣ ଚାଷୀଙ୍କୁ ହତ୍ୟା କରିଥିବା ବେଳେ ତାଙ୍କୁ ଛାଡି ଦିଆ ଯାଉଛି । ମାତ୍ର ଜଣଙ୍କ ସାଙ୍ଗିଆ ଖାନ ହୋଇଥିବା କାରଣରୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କୁ ହଇରାଣ କରାଯାଉଥିବା ନେଇ ମତ ଦେଇଥିଲେ ମୁଫତି । ମୁଫତିଙ୍କ ଏହି ଟ୍ୱିଟକୁ ନେଇ ମଧ୍ୟ ଅସନ୍ତୋଷ ଦେଖ ଦେଇଥିଲା ।

Get real time updates directly on you device, subscribe now.