fbpx

ଉତ୍କଳ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଛାତ୍ରଛାତ୍ରୀ: ୧୫ ଦିନ ମଧ୍ୟରେ ୬ ଦଫାର ଦାବିପତ୍ରର ସମାଧାନ ପ୍ରତିଶ୍ରୁତି, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ସର୍ବ ପୁରାତନ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାରେ ଜର୍ଜରିତ ଛାତ୍ରଛାତ୍ରୀ ମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ୬ ଦଫାର ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ କୁମାର ମଲ୍ଲିକଙ୍କୁ ଛାତ୍ରଛାତ୍ରୀ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ କୁଳପତିଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ଚେୟାରମ୍ୟାନ ।

୧. ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପଠାଗାର ସକାଳ ୯ଟା ରୁ ସନ୍ଧା ୯ଟା ଯାଏ ଖୋଲାଯାଉ । ସମସ୍ତ ପ୍ରକାର ବହି ରଖାଯାଉ ଏବଂ ଇ-ଲାଇବେରୀ ଯଥା ଶିଘ୍ର ଆରମ୍ଭ କରିଯାଉ ।
୨. ଛାତ୍ରୀ ମାନେ ରହୁଥିବା ହୋସଟେଲ ନଂ୧ ପାଖରୁ ନଂ୭ ପର୍ଯ୍ୟନ୍ତ ସ୍ଟିଟଲାଇଟ୍ ଏବଂ ସିସିଟିଭି କେମେରା ଲଗାଯାଉ ।
୩. ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆସିଥିବା ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନଙ୍କୁ ଶିଘ୍ର ହଷ୍ଟେଲ ଦିଆଯାଉ ।
୪. ବନ୍ଦ ହୋଇ ପଡ଼ିଥିବା ନଂ୭ ହଷ୍ଟେଲ ଖୁବ୍ ଶିଘ୍ର ଖୋଲାଯାଉ ।
୫. ସମସ୍ତ ହଷ୍ଟେଲ  ମାନଙ୍କରେ ୨ ବର୍ଷ ବନ୍ଦ ହୋଇ ରହିଥିବା ମେସ ଗୁଡ଼ିକ ଆରମ୍ଭ କରାଯାଉ ।
୬. କ୍ରୀଡା ଏବଂ ଜିମ୍ ପ୍ରତି ଗୁରୁତ୍ୱ ଦିଆଯାଉ ।
ଏହି ସମସ୍ତ ସମସ୍ୟାର ସମାଧାନ ଆସନ୍ତା ୧୫ ଦିନ ମଧ୍ୟରେ କରାଯିବ ବୋଲି ଚେୟାରମ୍ୟାନ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Get real time updates directly on you device, subscribe now.