fbpx

ଆଜିଠାରୁ ଉତ୍ତରାଖଣ୍ଡ ବିଧାନସଭା, ଉପସ୍ଥାପିତ ହେବ UCC ବିଲ୍‌

AAKASH

ଡେରାଡ଼ୁନ: ଆଜିଠାରୁ ଉତ୍ତରାଖଣ୍ଡରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିର ଏହି ବିଧାନସଭା ଅଧିବେଶନରେ ଦେଶ ତଥା ରାଜ୍ୟ ପାଇଁ ସମାନ ନାଗରିକ ସଂହିତା(UCC) ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରଣୟନ କରାଯିବ । ତେଣୁ ଆଜିର ବିଧାନସଭା ଅଧିବେଶନ ବିଶେଷ ଅଟେ । ଏଥିପାଇଁ ରାଜଧାନୀ ଡେରାଡୁନ୍ ସମେତ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋମବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଥିଲେ, ‘UCC ସମସ୍ତଙ୍କ ପାଇଁ ସମାନ ରହିବ ଏବଂ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ ଅନ୍ୟ ରାଜନୈତିକ ଦଳର ସଦସ୍ୟମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସକାରାତ୍ମକ ଢ଼ଙ୍ଗରେ UCC ବିଲ୍ ଉପରେ ଚର୍ଚ୍ଚା କରିବା ନେଇ ସେମାନଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍‌, ସବକା ବିକାଶ. ସବକା ପ୍ରୟାସ ଏବଂ ସବକା ବିଶ୍ୱାସ’ ଏବଂ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ସହାୟକ ହେବ ।’ କେବଳ ଉତ୍ତରାଖଣ୍ଡ ନୁହେଁ ବରଂ ସାରା ଦେଶ UCC ର ପ୍ରତୀକ୍ଷା କରୁଛି । ବର୍ତ୍ତମାନ ଉତ୍ତରାଖଣ୍ଡ ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟ ପାଇଁ ଏହା ଏକ ବୈପ୍ଲବିକ ସମୟ ।

 

Get real time updates directly on you device, subscribe now.