fbpx

ଭାରତୀୟ କ୍ରିକେଟ୍‌ ରିଷଭ ପନ୍ତ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ

ଡେରାଡୁନ: ଭାରତୀୟ କ୍ରିକେଟ୍‌ ଦଳର ଉଇକେଟ୍‌ କିପରି ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଉତ୍ତରାଖଣ୍ଡ ସଦନରେ ପନ୍ତଙ୍କୁ ଏହି ନିଯୁକ୍ତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହରିଦ୍ୱାର ଜିଲ୍ଲାର ରୁର୍‌କିଠାରେ ପନ୍ତ ଜନ୍ମଗ୍ରହଣ କରିଥିଲେ । ତେବେ ସେ କ୍ରିକେଟ୍‌ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହିତ ରାଜ୍ୟ ଓ ଦେଶ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଛନ୍ତି । ତାଙ୍କର ସଫଳତା ଦେଶର ଅଗଣିତ କ୍ରିକେଟର୍‌ଙ୍କୁ ନିଶ୍ଚିତ ଉତ୍ସାହିତ କରିବ ।

ଏହି ନିଯୁକ୍ତି ପାଇବା ପରେ ପନ୍ତ କହିଛନ୍ତି ଯେ, ଏଥିପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.