fbpx
BJD SKY
BJD SKY

ଗହମ ଫସଲ ମଝିରୁ ଜବତ ହେଲା ୧୦୪ କିଲୋରୁ ଅଧିକ ଅଫିମ ଗଛ, ଜମି ମାଲିକ ଗିରଫ

BJD

ନୂଆଦିଲ୍ଲୀ: ଗହମ ଫସଲ ମଧ୍ୟରେ ୧୦୪ କିଲୋରୁ ଅଧିକ ଅଫିମର ଗଛ ଜବତ କରିଛି ପୋଲିସ । ଏଥିସହ ଜଣେ ଚାଷୀଙ୍କୁ ହେପାଜତରେ ନେଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ।

ପୋଲିସ ମୁତାବକ, ମୁଖବୀର ନାମକ ଜଣେ ବ୍ୟକ୍ତିଙ୍କ ସୂଚନା ପାଇଁ ପୋଲିସ ଉତ୍ତର ପ୍ରଦେଶର ଜନପଦ ଉଘମ ସିଂହ ନଗର ଗଙ୍ଗାପୁର ଥାନା ଅନ୍ତର୍ଗତ କୋଲାଖେଡାରେ ପହଁଚିଥିଲା । ସେଠାରେ ଜଣେ ୬୦ ବର୍ଷୀୟ ଦଲଜୀତ ସିଂହଙ୍କ ଘର ପାଖ ଜମିରେ ପହଁଚିବା ପରେ ଦେଖିଥିଲେ ଯେ, ଗହମ ଫସଲ ମଝିରେ ଅଫିମ ଗଛ ଲଗାଯାଇଛି ।

ପୋଲିସ ଘଟଣାସ୍ଥଳରେ ସେହି ଜମିରୁ ହାରାହାରି ୧୦୪.୨୦୫ କିଲୋଗ୍ରାମ ଅଫିମ ଏବଂ ଫଳ ଜବତ କରିଛି । ଏଥିସହ ଜଲଜିତଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.