fbpx

ବଢୁଛି କରୋନା, କମୁଛି ଟିକା: ରାଜ୍ୟର ଏହି ୨ ଜିଲ୍ଲାରେ ଟିକାକରଣ ବନ୍ଦ, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର,୯ ।୪: ସାରା ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଆଜି ୧୨୮୨ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟଇନରୁ ଓ ୫୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଟିକାକରଣରୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଟିକାକରଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ‘ଟିକା ନେଲେ ବି କରୋନା ହେବାର ସମ୍ଭାବନା ରହିଛି । କିନ୍ତୁ ରୋଗୀଙ୍କୁ ସିରିଅସନେସରୁ ରୋକିବ ଟିକା । ଟିକା ଅଭାବ ଯୋଗୁଁ କାଲି ୨ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ସେହି ୨ଟି ଜିଲ୍ଲା ଯଥା- ସୋନପୁର ଓ କୋରାପୁଟରେ ଟୀକାକରଣ ବନ୍ଦ ରହିଥିଲା ।’

ତେବେ ରାଜ୍ୟରେ ୩.୨ ଲକ୍ଷ କୋଭିସିଲଡ୍ ଓ ୧ ଲକ୍ଷ କୋଭାକ୍ସିନ ଟିକା ରହିଛି । କାଲି ୮୭୨ ସେଣ୍ଟରରେ ୧ ଲକ୍ଷ ୩୨ ହଜାର ଟିକାକରଣ କରାଯାଇଛି । ଆଜି ସୁଦ୍ଧା ମୋଟ ୩୯ ଲକ୍ଷ ୮୪ ହଜାର ୮୭୮ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.