fbpx
BSKY SKY
BSKY SKY

ଏମ୍ସରେ ବି ହେବ ଟିକାକରଣ

BSKY

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ । ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ପୂର୍ବରୁ ୫ଟି ସ୍ଥାନରେ ଟିକାକରଣ ହେବା ନେଇ କୁହାଯାଇଥିଲା ।

ସୂଚନା ଅନୁଯାୟୀ, ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରଥମେ ଟିକା ପ୍ରଦାନ କରିବାକୁ କୁହାଯାଇଥିଲା । ତେବେ ରାଜ୍ୟର ୨୭ଟି ସରକାରୀ ଓ ୧୮ଟି ବେସରକାରୀ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର ଖୋଲା ଯାଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲରେ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହ ବିଏମସି ହସ୍ପିଟାଲ, ସମ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ଭ୍ୟାକସିନ ଲଞ୍ଚ କରାଯିବାକୁ ଅନୁମତି ମିଳିଥିଲା । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ ଟିକା ଲଞ୍ଚ କରାଯିବ । ତେବେ ଏହି ୫ଟି ସ୍ଥାନ ସହିତ ଏମ୍ସରେ ମଧ୍ୟ ଟିକା ଲଞ୍ଚ କରାଯିବ ବୋଲି କମିଶନର ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.